ନିଦହାସ ଟ୍ରଫି: ଧାଓ୍ଵନଙ୍କ ବିସ୍ଫୋରକ ୯୦ ରନ୍‌, ଶ୍ରୀଲଙ୍କାକୁ ୧୭୫ ରନ୍‌ ଟାର୍ଗେଟ ଦେଲା ଭାରତ

ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା: ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦

କଲମ୍ବୋ: ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ‘ନିଦହାସ ଟ୍ରଫି’(ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ)ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶିଖର ଧାଓ୍ଵାନ(୯୦ ରନ୍‌, ୬ଟି ଚୌକା ଓ ୬ଟି ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୫ଓ୍ଵିକେଟ ହରାଇ ୧୭୪ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ୧୭୫ ରନ୍‌ ବିଜୟ ଲକ୍ଷ୍ୟ ଦିଆଯାଇଛି। ପ୍ରଥମ ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଇନିଂସର ଶେଷ ବଲରେ ଋଷଭ ପନ୍ଥ(୨୩) ଆଉଟ ହୋଇଥିବା ବେଳେ ଦିନେଶ କାର୍ତ୍ତିକ(୧୩) ଅପରାଜିତ ପାଭଲିଅନ ଫେରିଥିଲେ।

ଭାରତ ୧ରନ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ରୋହିତ ୪ଟି ବଲ ଖେଳି କୌଣସି ରନ୍‌ ସଂଗ୍ରହ ନ କରି ଚମିରାଙ୍କ ବଲ ମେଣ୍ଡିସଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରି ଆସିଥିଲେ। ସେହିଭଳି ଶ୍ରୀଲଙ୍କାର ୨ୟ ଶିକାର ହୋଇଥିଲେ ସୁରେଶ ରାଇନା(୧)। ନୁଆନ ପ୍ରଦୀପଙ୍କ ଦ୍ୱାରା ବୋଲିଂରେ ରାଇନା ଆଉଟ ହୋଇଥିଲେ। ସେତେବେଳକୁ ୧.୬ ଓଭରରେ ଭାରତର ସ୍କୋର ୯ ରନ୍‌ ଥିଲା। ୩ୟ ଓ୍ଵିକେଟରେ ମନୀଷ ପାଣ୍ଡେ(୩୭) ଓ ଶିଖର ଧାଓ୍ଵନ ୯୫ ରନ୍‌ ଯୋଡ଼ିଥିଲେ। ମନୀଷ ୩୫ଟି ବଲ ଖେଳି ଜେ ମେଣ୍ଡିସଙ୍କ ବଲ ଖେଳି ଗୁଣତିଲକାଙ୍କୁ କ୍ୟାଚ୍‌ ଦେଇଥିଲେ। ଭାରତ ୪ର୍ଥ ଓ୍ଵିକେଟରେ ଧାଓ୍ଵନଙ୍କୁ ହରାଇଥିଲା। ଗୁଣତିଲକାଙ୍କ ବଲ ତିରସା ପେରାରାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ ଧାଓ୍ଵନ।

ସମ୍ବନ୍ଧିତ ଖବର