ସିରିଆରେ ଋଷ ସାମରିକ ବିମାନ ଦୁର୍ଘଟଣାଗସ୍ତ, ୩୨ ମୃତ

ମସ୍କୋ : ଋଷିଆର ଏକ ସାମରିକ ପରିବହନ ବିମାନ ସିରିଆର ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ପ୍ରାୟ ୩୨ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହି ଏଏନ-୨୬ ବିମାନଟି ସିରିଆର ଲାଟାକିଆ ରାଜ୍ୟରେ ଥିବା ଋଷ ସେନାର ମେଇମିମ ବିମାନଘାଟୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଋଷର ସମ୍ବାଦସରବରାହ ସଂସ୍ଥା ସ୍ପୁଟନିକ କହିଛି ।

ମିଳିଥିବା ସୂଚନା ଅନୁସାରେ ଏହି ବିମାନଟି ଦୁର୍ଘଟଣାଗସ୍ତ ହେବା ପଛରେ କୌଣସି ଆତଙ୍କବାଦୀ ସଂଗଠନର ହାତ ଥିବା ପ୍ରମାଣ ମିଳିନାହିଁ । ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗସ୍ତ ହୋଇଥାଇପାରେ ବୋଲି ଋଷ ସେନା ଅନୁମାନ କରୁଛି । ଋଷ ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ବିମାନଟି ମଙ୍ଗଳବାରଦିନ ସ୍ଥାନୀୟ ସମୟ ଅପରାହ୍ନ ୩ଟାବେଳେ ମେଇମିମ ବିମାନଘାଟୀର ରନେଓ୍ଵକୁ ଫେରୁଥିବାବେଳେ ମାତ୍ର ୫୦୦ ମିଟର ଦୂରରେ ଦୁର୍ଘଟଣାଗସ୍ତ ହୋଇ ଖସିପଡିଥିଲା । ଏଥିରେ ବିମାନରେ ସବାର ଥିବା ୩୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ଗତ ଡିସେମ୍ବର ୨୦୧୬ରେ ଋଷର ସେନାର ଏକ ବିମାନ ଦୁର୍ଘଟଣାଗସ୍ତ ହେବାରୁ ସେଥିରେ ଥିବା ୯୨ ଜଣ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର