ଓ୍ଵାର୍ଣ୍ଣର-ଡି କକ୍‌ ବିବାଦ: ବିଅର୍‌ ପିଇ କାମରେ ଲାଗି ଯିବାକୁ ପରାମର୍ଶ ଦେଲେ ସେନ୍‌ ଓ୍ଵାର୍ଣ୍ଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କ୍ରିକେଟର ଡାଭିଡ଼ ଓ୍ଵାର୍ଣ୍ଣର ଓ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ କ୍ୱିଣ୍ଟନ୍‌ ଡି କକ୍‌ ବିବାଦ ନେଇ ଅଷ୍ଟ୍ରେଲିଆର ପୂର୍ବତନ ବୋଲର ସେନ୍‌ ଓ୍ଵାର୍ଣ୍ଣ ଏକ ଅଦ୍ଭୂତ ମନ୍ତବ୍ୟ ଦେଇଛନ୍ତି। ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଦେଖାଯାଇଥିବା ମନୋମାଳିନ୍ୟ ନେଇ ସେ କହିଛନ୍ତି, ଖେଳାଳିମାନଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।

ସେନ୍‌ ଓ୍ଵାର୍ଣ୍ଣ କହିଛନ୍ତି, ଖେଳାଳିମାନଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣୀ ଦେବା ଠିକ୍‌ ନୁହେଁ। ବରଂ ବିଅର ପିଇ ବିବାଦକୁ ଶେଷ କରାଯିବା ଦରକାର। ଓ୍ଵାର୍ଣ୍ଣ ଟୁଇଟରେ ଲେଖିଛନ୍ତି, ଆଲୋଚନା କରିବା, ମଜା କରିବା ଆଦି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ କୌଣସି ଶୃଙ୍ଖଳାର ଅଂଶ ବିଶେଷ।

ଜଣାଶୁଣା ସ୍ପିନର ଓ୍ଵାର୍ଣ୍ଣ କହିଛନ୍ତି, ସବୁଠାର ବଡ଼ ପ୍ରସଙ୍ଗ ହେଉଛି ସମ୍ମାନ। ମୁଁ ଆଶା କରୁଛି ଯେ, ଉଭୟ ଟିମ୍‌ ପକ୍ଷରୁ ଖେଳାଳି ଏକାଠି ହୋଇ ବିଅର ପିଇବା ଦରକାର। ଏକା ସାଥୀରେ ବିଅର ନେଇ ପୁଣି କାମରେ ଲାଗି ଯାଆନ୍ତୁ। ଏହି ବିବାଦ ନେଇ ଅଭିଯୋଗ କରିବା ବନ୍ଦ ହେଉ।

ସମ୍ବନ୍ଧିତ ଖବର