ଭିଡିଓ: ଈରାନୀ କପ୍‌ର ବିଜୟରୁ ମିଳିଥିବା ପୁରସ୍କାର ରାଶି ସହିଦ ପରିବାରକୁ ଦାନ କରିବ ବିଦର୍ଭ ଟିମ୍‌: ଫୈଜ ଫଜଲ

ନୂଆଦିଲ୍ଲୀ: ବିଦର୍ଭର କ୍ରିକେଟ ଟିମ୍‌ ନିଜର ବରିଷ୍ଠ କ୍ରିକେଟରଙ୍କୁ ଅନୁସରଣ କରି ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ରଣଜୀ ଚାମ୍ପିଅନ୍‌ ବିଦର୍ଭ ଶନିବାର ଈରାନୀ କପ୍‌ ବିଜୟୀ ହୋଇଛି। ନିଜର କ୍ରମାଗତ ୨ୟ ବିଜୟ ପରେ ଟିମ୍‌ ଖୁସି ହୋଇ ପୁରସ୍କାର ରାଶି ସହିଦ ପରିବାରକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି।

ବିଜୟ ପରେ ବିଦର୍ଭର ଅଧିନାୟକ ଫୈଜ ଫଜଲ କହିଛନ୍ତି, ତାଙ୍କ ଟିମ ସମସ୍ତ ପୁରସ୍କାର ରାଶି ସହିଦ ପରିବାରକୁ ସାହାଯ୍ୟ କରିବ। ଜମ୍ମୁ କଶ୍ମୀରର ପୁଲବାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ଦ୍ୱାରା ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣାରେ ଆହୁରି ଅନେକ ଯବାନ ଆହତ ହୋଇଥିଲେ।

ବିଦର୍ଭ ଅଧିନାୟକ ଫଜଲ କହିଛନ୍ତି, ବର୍ତ୍ତମାନ ସହିଦ ପରବାର ଲାଗି ଦୁଃଖଦ ସମୟ ଆସିଛି। ମୁଁ ଏହି ଅବସରରେ କହିବି ଯେ, ଆମର ଟିମ ନିଷ୍ପତ୍ତି ନେଇଛି ଯେ, ଆମେ ଯେଉଁ ପୁରସ୍କାର ରାଶି ଜିତିଛୁ, ତାହା ସହିଦ ପରିବାରକୁ ଦାନ କରିବୁ। ଆମର ଟିମ ଓ ବିସିଏ ପକ୍ଷରୁ ଏହା ଛୋଟ ଅବଦାନ କରୁଛୁ। ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ସହିଦ ପରିବାରକୁ ସେ ବଳ ଦିଅନ୍ତୁ।

ସମ୍ବନ୍ଧିତ ଖବର