ଲଗାଣ ବର୍ଷା କାଳ ହେଲା : କାନ୍ଥ ପଡ଼ି ୨ ମୃତ

କଳାବାଡ଼ିଆ : ବାଙ୍ଗିରିପୋଷି ଥାନା ଅଞ୍ଚଳରେ ୨ଟି ପୃଥକ ପୃଥକ ସ୍ଥାନରେ କାନ୍ଥ ପଡ଼ି ୨ଜଣଙ୍କର ମୃତ୍ୟୁ ଘଟିଛି। ଶ୍ୟାମସୁନ୍ଦରପୁର ପଞ୍ଚାୟତର ଅଁଳାଗୁଂଜା ଗ୍ରାମର ହରିହର ଗିରିଙ୍କ ପୁଅ ରତିକାନ୍ତ(୩୦) ନିଜ ଘର ପାଖ ଦେଇ ଯାଉଥିବା ବେଳେ ଲଗାଣ ବର୍ଷାରେ ଦୁର୍ବଳ କାନ୍ଥଟି ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବାରିପଦା ମୁଖ୍ୟ ଡାକ୍ତରଖାନା ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେହିପରି ଅନ୍ୟ ଏକ ଘଟଣାରେ ନିଶ୍ଚିନ୍ତା ପଂଚାୟତର ବଡ଼ପଥରଖମ ଗ୍ରାମରେ ଘର କାନ୍ଥ ପଡ଼ିଯିବାରୁ ସୁକୁମାରୀ ପାତ୍ର(୭୦) ନାମକ ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି । ସେ ଘର ନିକଟରେ ବସି ଥିବା ବେଳେ ଓଦା କାନ୍ଥଟି ଭୁଶୁଡ଼ି ତାଙ୍କ ଉପରେ ପଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ଓ ପରେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

ସମ୍ବନ୍ଧିତ ଖବର