ମହଙ୍ଗା ପଡ଼ିଲା ଦୁର୍ନୀତି : ତଡ଼ା ଖାଇଲେ ଆଉ ୩ ବାବୁ

ଆଠଗଡ ପୂର୍ବତନ ଡିଏଫ୍ଓ ସୁଧାଂଶୁଙ୍କ ଚାକିରି ଗଲା, ପୂର୍ତ ବିଭାଗର ଦୁଇ ବରିଷ୍ଠ ଯନ୍ତ୍ରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର : ଦୁର୍ନୀତି ବିେରାଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଏମାନେ ହେଲେ ଓଡ଼ିଶା ବନ ସେବା ଅଧିକାରୀ ତଥା ଆଠଗଡର ପୂର୍ବତନ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ର, ଅନୁଗୁଳରେ ପୂର୍ତ ବିଭାଗରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ, େସାନପୁର ଜିଲ୍ଲାରେ କାର୍ଯ୍ୟରତ ପୂର୍ତ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ତ୍ରିପାଠୀ। ତିନି ଜଣ ଅଧିକାରୀଙ୍କ ନାମରେ ଭିଜିଲାନ୍ସ ମକଦ୍ଦମା ରହିଛି।

ପଞ୍ଚମ ପାଳିରେ ଦୁର୍ନୀତି ବିରୋଧରେ ନବୀନ ସରକାରଙ୍କ ଏଭଳି ଆଭିମୁଖ୍ୟ ଏବେ ସରକାରୀ କର୍ମଚାରୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି କଲାଣି। ଲାଞ୍ଚଖୋର ତଥା ଅଭ୍ୟାସଗତ ଦୁର୍ନୀତିଗ୍ରସ୍ତ ବାବୁମାନେ ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି। ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସବୁ ବିଭାଗର ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସରକାର ଆସନ୍ତା କେଇମାସ ମଧ୍ୟରେ ଚାକିରିରୁ ବିଦା କରିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏ ନେଇ ତନାଘନା ଆରମ୍ଭ େହାଇଛି।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିିଥିବା ସୂଚନା ମୁତାବକ, ଆଠଗଡ ପୂର୍ବତନ ଡିଏଫ୍ଓ ସୁଧାଂଶୁ ଶେଖର ମିଶ୍ରଙ୍କ ଘରେ ୨୦୧୬ ମସିହାରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିଲା। ଚଢାଉ ବେଳେ ୫କୋଟି ୬୮ଲକ୍ଷ ୯୨ହଜାର ୭୫୧ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା, ସୁଧାଂଶୁଙ୍କ ଘରୁ ନଗଦ ୧କୋଟି ୬ଲକ୍ଷ ୬୮ ହଜାର ୯୮୦ଟଙ୍କା ଜବତ କରାଯାଇଥିଲା। ଏହା ବ୍ୟତୀତ ୩କୋଟି ୪୬ଲକ୍ଷର ବ୍ୟାଙ୍କ ଜମା ଥିବା ତଦନ୍ତ ସମୟରେ ଜଣାପଡିଥିଲା। ଏହି ମାମଲାରେ ସେ ଗିରଫ ବି େହାଇଥିଲେ ଓ ୨୦୧୬ େଫବ୍ରୁଆରି ୨୫ ତାରିଖରୁ ସରକାର ତାଙ୍କୁ ନିଲମ୍ବିତ କରି ରଖିଛନ୍ତି।

ପୂର୍ତ ବିଭାଗର କରିତ୍ କର୍ମା ଦୁଇ ବରିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ଆଜି ଅନୁରୂପ ଦଣ୍ଡ େଭାଗିବାକୁ ପଡିଛି। ଅନୁଗୁଳରେ ପ୍ରାଣକୃଷ୍ଣ ପ୍ରସାଦ ପୂର୍ତ ବିଭାଗ ଅଧୀନସ୍ଥ କ୍ବାଲିଟି କଣ୍ଟ୍ରୋଲ ଡିଭିଜନରେ କାର୍ଯ୍ୟ କରୁଥିଲେ। ୨୦୧୫ ଜୁଲାଇ ୨୯ ତାରିଖରେ ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ୨୦୧୮ ନଭେମ୍ବର ୮ ତାରିଖରେ ଭୁବନେଶ୍ବର ଭିଜିଲାନସ ଡିଭିଜନ ତାଙ୍କ ବିେରାଧରେ ଆଉ ଏକ ମାମଲା ରୁଜୁ କରିଥିଲା। ଅଭ୍ୟାସଗତ ଭାବେ ଦୁର୍ନୀତି କରୁଥିବାରୁ ରାଜ୍ୟ ସରକାର ତାଙ୍କୁ ନିର୍ଧାରିତ ସମୟ ପୂର୍ବରୁ ଅର୍ଥାତ୍ ବାଧ୍ୟତାମୂଳକ ଅବସର ଦେଇଥିବା ଜଣାଇଛନ୍ତି।

ସେହିଭଳି ସୋନପୁରର ତୁଷରା ପୂର୍ତ ସବ୍ ଡିଭିଜନ୍-୧ରେ ଉପ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ବିେରାଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତ୍ରିପାଠୀ ଜଣେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିେଯାଗରେ ଭିଜିଲାନ୍ସ ଅଧିକାରୀମାନେ ୨୦୦୭ ମସିହାରେ ତାଙ୍କ ନାମରେ ମାମଲା ରୁଜୁ କରିଥିଲେ। ପରେ ଭୁଲ ମାପଚୁପ ଦେଖାଇ ସରକାରୀ ତହବିଲ ଅର୍ଥ ଲୁଟ୍ ମାମଲାରେ ଭିଜିଲାନ୍ସ ୨୦୧୨ରେ ଆଉ ଦୁଇଟି ମକଦ୍ଦମା ତାଙ୍କ ନାମରେ ରୁଜୁ କରିଥିଲା। ତଥାପି ସେ ଚେତିଲେ ନାହିଁ। ୨୦୧୬ରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିେରାଧରେ ପୁଣି ଏକ ମାମଲା ରୁଜୁ କରାଯାଇଥିଲା। ଅଭ୍ୟାସଗତ ଭାବେ ଦୁର୍ନୀତି କରୁଥିବା ଅଭିେଯାଗରେ ତ୍ରିପାଠୀଙ୍କୁ ସରକାର ଚାକିରିରୁ ଆଗତୁରା ବିଦା କରିଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ସରକାର ୪ ଚାରି ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଏଥିସହିତ ଅନ୍ୟ ଜଣେ ଓଏଏସ୍ ଅଫିସରଙ୍କୁ ବରଖାସ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର