୫ ସଟ୍ଟା ବେପାରୀ ଗିରଫ: ୪ ଲକ୍ଷ ଟଙ୍କା ଜବତ

ରାଉରକେଲା : ରାଉରକେଲା ସମେତ ସୁନ୍ଦରଗଡ଼ରରେ ସଟ୍ଟା ନେଟୱାର୍କ ଚଳାଇଥିବା ଏକ ଗ୍ୟାଙ୍ଗର କିଙ୍ଗପିନ୍‌ ସମେତ ୫ଜଣଙ୍କୁ ଗିରଫ କରିଛି ଉଦିତନଗର ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବାସନ୍ତିକଲୋନି ଏ-୫୨ର କିଙ୍ଗପିନ୍‌ ଉମା ସିଂହ, ପ୍ଲାଣ୍ଟସାଇଟ୍‌ ଆଜାଦ ମହଲ୍ଲାର ମହମ୍ମଦ ରିଫକ୍‌, ବେଦବ୍ୟାସ ସିଂହଟୋଲାର ମନପ୍ରିତ ସିଂହ, ନାଲାରୋଡର ଉତ୍ତମ କୁମାର ଶର୍ମା, ରାଉରକେଲା ଡେଲିମାର୍କେଟର ରାଜୁ ଲୋଧି। ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୧ ହଜାର ୧୧୭ ଟଙ୍କା, ସଟ୍ଟା ଖେଳରେ ବ୍ୟବହୃତ ବୋର୍ଡ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୭ଟାରେ କିଙ୍ଗପିନ୍‌ ଉମାର ଏଲ୍‌-୫୨ ଘରେ ସଟ୍ଟା ଖେଳ ଚାଲିଥିବା ସୂଚନା ମିଳିଥିଲା।

ସୂଚନା ଆଧାରରେ ଡିଏସ୍‌ପି ଜ୍ୟୋର୍ତିମୟ ଭୁକ୍ତାଙ୍କ ନେତୃତ୍ବରେ ଗଠିତ ପୁଲିସ ଟିମ୍‌ ଚଢ଼ଉ କରି ଏମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର