ଦାର୍ଜିଲିଂରେ ସଡ଼କ ଦୁର୍ଘଟଣା, ଓଡ଼ିଶାର ୫ ମୃତ

ନିଶ୍ଚିନ୍ତକୋଇଲି : ଦାର୍ଜିଲିଂ ବୁଲିବାକୁ ଯାଇଥିବା ଦୁଇଟି ପରିବାରର ୫ ଜଣ ବ୍ୟକ୍ତି ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେହି ପରିବାରର ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ସାଲେପୁର ଥାନା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ପାଟପୁର ଗାଁର ଏହି ବ୍ୟକ୍ତିମାନେ ଏକାଠି ଦାର୍ଜିଲିଂ ବୁଲିବାକୁ ଯାଇଥିଲେ। ଭାଇ-ଭାଉଜ, ଭଉଣୀ-ଜ୍ବାଇଁ ଓ ସେମାନଙ୍କ ପରିବାରରର ଅନ୍ୟମାନେ ଏକ ବୋଲେରୋରେ ଦାର୍ଜିଲିଂ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି ଶହେ ଫୁଟ୍ ତଳକୁ ଖସି ପଡ଼ିଥିବା କୁହାଯାଉଛି। ମୃତ ଓ ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ସିଲିଗୁଡି ଓ ପରେ କୋଲକାତା ଅଣାଯାଇଛି। ଆଜି ଅପରାହ୍ନ ପ୍ରାୟ ୪ଟା ପାଖାପାଖି ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ସଂପର୍କରେ ଖବର ପାଇ ଏଠାରେ ଥିବା ସେମାନଙ୍କ ପରିବାର ଲୋ‌େକ କୋଲକାତା ଯାଇଛନ୍ତି। ମୃତାହତଙ୍କ ସଂପର୍କରେ ସବିଶେଷ ସୂଚନା ମିଳିପାରି ନାହିଁ।

ଦୁର୍ଘଟଣାରେ ଶିକାର ହୋଇଥିବା ଲୋକମାନେ ତିନିଦିନ ତଳେ ଟ୍ରେନ୍‌ରେ କୋଲକାତା ଯାଇଥିଲେ।

ସମ୍ବନ୍ଧିତ ଖବର