ହୀରାକୁଦ ଜଳସ୍ତର ୬୧୯ ଫୁଟ୍‌ ଟପିଲା, ୭ ଗେଟ୍‌ ଖୋଲା

ସମ୍ବଲପୁର : ଜଳଭଣ୍ଡାରର ସ୍ତର ବୃଦ୍ଧ ପାଉଥିବା କାରଣରୁ ସୋମବାର ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍‌ ଖୋଲା ଯାଇଛି। ଫଳରେ ବାମ ପାର୍ଶ୍ୱର ୫ ଓ ଡାହାଣ ପାର୍ଶ୍ୱର ୨ଟିକୁ ମିଶାଇ ମୋଟ ଖୋଲା ଥିବା ସ୍ଲୁଇସ୍‌ ଗେଟ୍‌ ସଂଖ୍ୟା ୭ରେ ପହଞ୍ଚିଛି। ସୋମବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୯.୦୮ ଫୁଟ୍‌ ଟପିଛି। ସଂଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୧ ଲକ୍ଷ ୫୨ ହଜାର ୦୬୨ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ୧, ୨୩, ୪୬୨ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ସ୍ଲୁଇସ୍‌ ଗେଟ୍‌ ଦେଇ ୧ ଲକ୍ଷ ୯ ହଜାର ୧୫୮ କ୍ୟୁସେକ୍‌, ପାଓ୍ଵାର ଚାନେଲରେ ୧୧, ୦୩୭ କ୍ୟୁସେକ୍‌, ବିଭିନ୍ନ କେନାଲ୍‌ରେ ୨,୯୧୭ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ ୩୫୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ରବିବାର ସକାଳ ୮ଟା ୩୦ରୁ ସୋମବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ୩୨.୯୭ ମିଲିମିଟର ଓ ତଳ ମୁଣ୍ଡରେ ୨୪.୪୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର