ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ମହାବନ୍ଦ, ୯ଟି ଟ୍ରେନ୍‌ ବାତିଲ କଲେ ରେଳବାଇ କର୍ତ୍ତୃପକ୍ଷ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଏବଂ ସୋନପୁରରେ ଆରମ୍ଭ ହୋଇଛି ଦୁଇ ଦିନିଆ ବନ୍ଦ ପାଳନ।ଏହି ମହାବନ୍ଦରେ ଦୋକାନବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ସହିତ ଗାଡ଼ିମଟର ଓ ଟ୍ରେନ ଚଳାଚଳ ବନ୍ଦ ରହିଛି। ସକାଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରେଳରୋକ କହିଥିବା ପରିପ୍ରେକ୍ଷୀରେ ଆଜି ରେଳବାଇ ପକ୍ଷରୁ ରେଳ ଚଳାଚଳକୁ ନିୟନ୍ତ୍ରଣ କରାଯାଇଛି। ସମ୍ବଲପୁରରୁ ବା ସମ୍ବଲପୁର ଦେଇ ଚଳାଚଳ କରୁଥିବା ୯ଟି ଟ୍ରେନକୁ ଆଜି ରେଳବାଇ ପକ୍ଷରୁ ବାତିଲ କରି ଦିଆଯାଇଛି।
ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସମ୍ବଲପୁର -ରାୟଗଡ଼ା- ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ, ସମ୍ବଲପୁର-ପୁରୀ- ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ସମ୍ବଲପୁର-ଝାରସୁଗୁଡ଼ା ପାସେଞ୍ଜର, ସମ୍ବଲପୁର- କେରାପୁଟ/ଜୁନାଗଡ଼ ରୋଡ ପାସେଞ୍ଜର, ଟିଟିଲାଗଡ଼- ସମ୍ବଳପୁର ପାସେଞ୍ଜର, ସମ୍ବଲପୁର ଜାମ୍ମୁ ତାଓ୍ଵି ଏକ୍ସପ୍ରେସ, ରାଉରକେଲା ସମ୍ବଲପୁର ଏକ୍ସପ୍ରେସ, ବିଲାସପୁର- ଟିଟିଲାଗଡ଼ ପାସେଞ୍ଜର ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛିି।
ସେହପରି ଇସ୍ପତା ଏକ୍‌ସପ୍ରେସ, ସମ୍ବଲେଶ୍ୱରୀ ଏକ୍ସପ୍ରେସ,ହୀରାଖଣ୍ଡଏକ୍ସପ୍ରେସ, ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଓ ପୁରୀ- ଅନୁଗୁଳ ପାସେଞ୍ଜର ଟ୍ରେନ୍‌ର ରେଳ ଚଳାଚଳକୁ ନିୟନ୍ତ୍ରିତ କରାଯାଇ ଆଂଶିକ ବାତିଲ କରାଯାଇ ଥିବା ରେଳବାଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର