ପାରାଦୀପ ବନ୍ଦରରେ ଲାଗିଲା ଯୁଦ୍ଧ  ଜାହାଜ

ଜଗତସିଂହପୁର : ପାରାଦୀପ ବନ୍ଦରରେ ଏକ ଯୁଦ୍ଧ ଜାହାଜ ଲାଗିଛି। ଭାରତୀୟ ତଟରକ୍ଷୀ ବାହିନୀର ଏହି ଜାହାଜର ନାମ ହେଉଛି ସୁଜାତା। ଏହି ଜାହାଜଟି ବନ୍ଦରର ସିକ୍ୟୁ ବର୍ଥରେ ଲାଗିଛି। ସେଥିପାଇଁ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଏହି ଜାହାଜଟି କଣ ପାଇଁ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟକୁ ଆସିଛି ଓ ଏହା କେତେ ଦିନ ଏଠାରେ ରହିବ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର