ଆଠଗଡ଼ : ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଆଠଗଡ଼ : ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅମୃତରଞ୍ଜନ ନନ୍ଦ ଶୁକ୍ରବାର ଏକ ଭ୍ରାତୃହତ୍ୟା ମାମଲାର ବିଚାର କରି ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ପ୍ରକାଶ ଯେ ଗତ ୨୦୧୬ ଅକ୍ଟୋବର ୭ ତାରିଖ ସଂଧ୍ୟା ୬ଟାରେ ବଡ଼ମ୍ବା ଥାନା ତାଳମୁଣ୍ଡଳି ଗ୍ରାମର ପ୍ରଫୁଲ୍ଲ ଦେହୁରୀ ପୂର୍ବ ଶତ୍ରୁତାରୁ ସାନ ଭାଇ ସୁଶାନ୍ତ ଦେହୁରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍‌ ହତ୍ୟା ମାମଲା ରୁଜ୍ଜୁ କରିଥିଲା। ଶୁକ୍ରବାର ବିଚାରପତି ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଅଭିଯୁକ୍ତ ପ୍ରଫୁଲ୍ଲକୁ ଦୋଷୀ ସାବ୍ୟସ୍ତ କରିବା ସହିତ କାରାଦଣ୍ଡାଦେଶ ଦେଇଥିବା ଜଣାଯାଇଛି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ଶରତ କୁମାର ଦାଶ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର