କଳା ବ୍ୟାଜ ପିନ୍ଧି ପ୍ରତିବାଦ ଆରମ୍ଭ କଲେ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବରରେ ଗୁରୁବାର ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ କଳା ବ୍ୟାଜ ପିନ୍ଧି ଆଜିଠୁ ପ୍ରତିବାଦ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ନିବାସ ଗତମାସ ୧୫ ତାରିଖ ସନ୍ଧ୍ୟାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ କଲେ କିନ୍ତୁ ଅସହାୟ ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କୁ ଭୁଲିଯାଇଛନ୍ତି ବୋଲି କହିଛନ୍ତି। ଏ ପର୍ଯ୍ୟନ୍ତ ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କୁ ଅନ୍ୟାୟ କରାଯାଉଛି। ସରକାରୀ ଅଫିସରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ଆଉଟସୋର୍ସିଙ୍ଗ ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ସବୁ ଅଫିସ୍ ଦପ୍ତରରେ ଆଜି କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିଛନ୍ତି ଆଉଟସୋର୍ସିଙ୍ଗ କର୍ମଚାରୀ। ସରକାର ଯଦି ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ଦାବି ପ୍ରତି ଦୃଷ୍ଟି ନ ଦିଅନ୍ତି,  ଯଦି ଏହିପରି ଭାବେ ବୈମାତୃକ ମନୋଭାବ ପୋଷଣ କରନ୍ତି, ଆଗାମୀ ୨୬ ତାରିଖରେ ସାରା ଓଡ଼ିଶାର ଆଉଟସୋର୍ସିଙ୍ଗ କର୍ମଚାରୀ ଏକାଠି ହୋଇ ସରକାରଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ଗାନ୍ଧୀ ମାର୍ଗରେ ବିଶାଳ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର