ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧.୧୬ କୋଟିର ୨୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ୧.୧୬ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ୪ଟି ଜିଲ୍ଲାରେ ଯଥାଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଆଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଗ୍ରାମପଞ୍ଚାୟତଗୁଡ଼ିକର ସରପଞ୍ଚମାନଙ୍କୁ ସେମାନଙ୍କର ଗାଁର ବିକାଶ ଯୋଜନା ସଂପର୍କରେ ଉପସ୍ଥାପନ କରିବାକୁ କହିଥିଲେ। ସେମାନଙ୍କଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ତୁରନ୍ତ ମଞ୍ଜୁରି ଦେଇଥିଲେ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ନୟାଗଡ଼ର ନୋତର, ରାୟଗଡ଼ାର କୋଲନରା, ନୂଆପଡ଼ାର ଭୁଲିଆସିକୁଆଁ ଏବଂ ଭଦ୍ରକ ଜିଲ୍ଲା ନାଆମୀ ପଞ୍ଚାୟତ ସାମିଲ ହୋଇଛି। ସୂଚନାଯୋଗ୍ୟ, ଗତ ୫ ତାରିଖରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ସପ୍ତାହର ପ୍ରତି ବୁଧବାର ଏବଂ ଶୁକ୍ରବାର ଦିନ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କ ସହିତ ସେମାନଙ୍କର ଗାଁର ବିକାଶ ସଂପର୍କରେ ଆଲୋଚନା କରୁଛନ୍ତିି।

ସମ୍ବନ୍ଧିତ ଖବର