ବିରକ୍ତ ହୋଇ ଫାଇଲ ଫେରାଇଥିଲି: ସଙ୍ଗୀତା ପିଙ୍ଗୁଆ

ଯାଜପୁରସଦର/ ବ୍ୟାସନଗର : ବ୍ୟାସନଗର ପୌରାଞ୍ଚଳର ନୀଳାଚଳ କଲୋନିରେ କିଛିଦିନ ତଳେ ଟାୱାର ବସାଇବାକୁ ନେଇ ସମସ୍ୟା ହୋଇଥିଲା। ୫୦/୧୦୦ ଲୋକ ଆସି ଏହାକୁ ବିରୋଧ କରିଥିଲେ। ଘର କାନ୍ଥକୁ ଲାଗି ଟାୱାର ତିଆରି ହେଉଥିବାରୁ ସେମାନେ ଆପତ୍ତି ଜଣାଇ ଦରଖାସ୍ତ କରିଥିଲେ। ମୁଁ ନିର୍ବାହୀ ଅଧିକାରୀଙ୍କୁ ଏ ବିଷୟରେ ଡାକି ପଚାରିବା ସହ କ୍ଷେତ୍ର ପରିଦର୍ଶନ କରିବାକୁ କହିଥି​ଲି। ପରବର୍ତ୍ତୀ ସମୟରେ କ୍ରାଇଟେରିଆରେ ଆସୁନଥିବାରୁ ଆମେ ତାକୁ ବନ୍ଦ କରିଦେଇଛୁ ବୋଲି ନିର୍ବାହୀ ଅଧିକାରୀ କହିଥିଲେ। ଏହାପରେ ବି ପୁନର୍ବାର ଲୋକମାନେ ଆସି ମତେ ଘରେ ଓ ଅଫିସରେ ଘେରାଉ କଲେ। ପୁଣି କେମିତି ଟାୱାର ବସାଇବାକୁ ଅନୁମତି ଦେଲେ ବୋଲି ସେମାନେ ମତେ ପ୍ରଶ୍ନ କରିଥିଲେ। ଅନ୍ୟପଟେ ନିର୍ବାହୀ ଅଧିକାରୀ ଏନ୍‌ଓସି ଦେଇଥିଲେ। ତାଙ୍କୁ ପଚାରିବାକୁ ‘କିଛି ଜାଣିନି ବୋଲି କହିଥିଲେ। ​କିନ୍ତୁ ସେଥିରେ ତାଙ୍କ ସ୍ବାକ୍ଷର ଥିଲା। ତେଣୁ ବିରକ୍ତିଭାବ ପ୍ରକାଶ କରି ଫାଇଲଟି ତାଙ୍କୁ ଫେରାଇଥିଲି ବୋଲି ପୌରାଧ୍ୟକ୍ଷା କହିଛନ୍ତି।

ସମ୍ବନ୍ଧିତ ଖବର