କାଳିଆ ଛାତ୍ରବୃତ୍ତି ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର : କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଓ ଭୂମିହୀନ କୃଷକ ପରିବାରଙ୍କ ସନ୍ତାନ୍ତ ସନ୍ତତିଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଆରମ୍ଭ ହୋଇଛି। ଏଥିପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାରୀ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ବୃତ୍ତିଗତ ତଥା ବୈଷୟିକ ଶିକ୍ଷାରେ ସ୍ନାତକ, ଡିପ୍ଲୋମା, ଆଇଟିଆଇର ଯୋଗ୍ୟ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ http:/cholarship.odisha.gov.in ମାଧ୍ୟମରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ହେଲ୍‌ପ ଲାଇନ୍‌ ନମ୍ବର ୧୫୫୩୨/୧୮୦୦-୩୪୫-୬୭୭୦ ଓ [email protected] ଜାରି ହୋଇଛି।

ସମ୍ବନ୍ଧିତ ଖବର