ଏପ୍ରିଲ ୮ରୁ ସକାଳୁଆ କୋର୍ଟ

ଭୁବନେଶ୍ବର: ଖରାକୁ ନଜରରେ ରଖି ଆସନ୍ତାମାସ ୮ ତାରିଖରୁ ଜିଲ୍ଲା ଓ ଅଧସ୍ତନ କୋର୍ଟ ଗୁଡ଼ିକରେ ସକାଳୁଆ କାର୍ଯ୍ୟ ଆରମ୍ଭ ହେବ। ସକାଳ ୭ରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ କୋର୍ଟର କାର୍ଯ୍ୟ ଚାଲିବ। ତହିଁରେ ୧୦ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଧଘଣ୍ଟାର ଛୁଟି ରହିବ। ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଏ ସଂପର୍କରେ ସବୁ ଜିଲ୍ଲା କୋର୍ଟମାନଙ୍କୁ ପତ୍ର ଲେଖିଛନ୍ତି। ସେହିପରି ୟବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଓ ପୁରୀ ସଦର ବ୍ୟତୀତ କୋର୍ଟଗୁଡ଼ିକ ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ଣ ଛୁଟିର ଶେଷ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଏହା ଜାରି ରହିବ। ତେଣୁ ସମସ୍ତ ଅଧସ୍ତନ କୋର୍ଟ ଓ ବାର୍‌ଗୁଡ଼ିକୁ ସୂଚନା ପ୍ରଦାନ କରିବା ଲାଗି ପତ୍ରରେ କୁହାଯାଇଛି।

ସମ୍ବନ୍ଧିତ ଖବର