ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଆଶା କର୍ମୀ

ଭୁବନେଶ୍ୱର : ରାଜ୍ୟ ସରକାର ଗତକାଲି ଆଶା କର୍ମୀଙ୍କୁ ମାସିକ ନିଶ୍ଚିତ ୨ହଜାର ଟଙ୍କା ପ୍ରଦାନ ଲାଗି ଘୋଷଣା ସାଙ୍ଗକୁ ଆଶାକର୍ମୀ ମାତୃତ୍ୱ ଯୋଜନା କରିଛନ୍ତି। ଏଥିପାଇଁ ଆଜି ଶତାଧିକ ଆଶା କର୍ମୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷତି କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାକର୍ମୀଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ ଓ ସେମାନେ ଗୁରୁତ୍ୱର ସହି କାର୍ଯ୍ୟ ତୁଲାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଆଗାମୀ ଦିନରେ ସେମାନେ ଆହୁରି ଅଧିକ ନିଷ୍ଠା ଓ ଆନ୍ତରିକତା ପ୍ରଦର୍ଶନ କରି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର