ଘଟଗାଁରେ ବାହୁଡ଼ାଯାତ୍ରା

ଘଟଗାଁ : ଘଟଗାଁ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି l ମା’ ତାରିଣୀ ପରିସରରେ ଥିବା ମାଉସୀ ମା’ ମନ୍ଦିରରୁ ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ନିକଟରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ଶେଷ ହେବା ପରେ ପହଣ୍ଡି ବିଜେ ହୋଇଥିଲା। ବ୍ରାହ୍ମଣ ସମାଜ ପକ୍ଷରୁ ଶ୍ରୀ ଜିଉଙ୍କ ପହଣ୍ଡି ବିଜେ ସମୟରେ ଶ୍ରଦ୍ଧାଳୁଙ୍କ ଶଙ୍ଖ, ହୁଳହୁଳି, ନାମ ସକୀର୍ତ୍ତନ, ହରିବୋଲ  ମଧ୍ୟରେ  ଶ୍ରୀଜିଉଙ୍କୁ ରଥ ଉପରକୁ ନିଆଯାଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରଥକୁ ଟାଣିଟାଣି ବଜାର ଦେଇ ଗ୍ରାମ ପରିସରକୁ ନିଆଯାଇଥିଲା।

ଗ୍ରାମ୍ୟ କମିଟିର ସଭାପତି ପ୍ରମୋଦ ଦେହୁରୀ ଛେରା ପହରା କରିଥବା ବେଳେ ଗୌରାଙ୍ଗ ନାଏକ ରଥର ସାରଥି ହୋଇଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଦେବୀପ୍ରସାଦ ଧାରା ବିବରଣୀ ଦେଇଥିଲେ। ଗ୍ରାମ୍ୟ କମିଟି କାର୍ଯ୍ୟକାରୀ ସଭାପତି ଗଣେଶ୍ୱର ରାଉତ, ସମ୍ପାଦକ ଜଗବନ୍ଧୁ ସା, କମିଟିର ସଦସ୍ୟ କେଶବ ଚନ୍ଦ୍ର ମହାନ୍ତି, ହିମାଂଶୁ ଦେହୁରୀ, ଗୁରୁଚରଣ ନାଏକ, ମଙ୍ଗରାଜ ଦେହୁରୀ, ରଞ୍ଜନ ସିଂ, ଦିଲୀପ ନାଏକ, ଯଜ୍ଞଶ୍ୱର ଦେହୁରୀ, ସୁରେଶ ଦେହୁରୀ, ଅନିଲ ଦେହୁରୀ, ଆଲୋକ ଦେହୁରୀ, ଅମିତ ଦେହୁରୀ, ଶରତ ଚନ୍ଦ୍ର ଦେହୁରୀ, ମନୋଜ ନାଏକ, କୁଳମଣି ନାଏକ, ସୁନିଲ ଦେହୁରୀ, ହୃଦାନନ୍ଦ ସିଂ, ହୃଦୟାନନ୍ଦ ସିଂ, ସତ୍ୟବ୍ରତ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା।

ସମ୍ବନ୍ଧିତ ଖବର