ବାର୍‌ହା ମାଂସ ଜବତ, ୩ ଗିରଫ

ଘଟଗାଁ,୫/୧୨ ): ଘଟଗାଁ ରେଞ୍ଜ ଦେଓବନ୍ଧ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମାନପୁର ଗ୍ରାମରେ ଗତକାଲି ବନ ବିଭାଗ ଚଢ଼ଉ କରି ବାର୍‌ହା ମାଂସ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି। ଗ୍ରାମର ଏକ ଦଳ ଜଙ୍ଗଲକୁ ଯାଇ ବାର୍‌ହା ଶିକାର କରିଥିଲେ। ଗାଁ ଦାଣ୍ତରେ ମାଂସ କାଟି ଭାଗବଣ୍ଟା କରୁଥିଲେ। ଖବର ପାଇ କେନ୍ଦୁଝର ଏସିଏଫ୍‌ ଅଶୋକ ଦାସ ନେତୃତ୍ବରେ ଘଟଗାଁ ରେଂଜର ପ୍ରଭାତ କୁମାର କୁଅଁର, ଦେଓବନ୍ଧ ଫରେଷ୍ଟର ରାମଚନ୍ଦ୍ର ନାଏକ ଓ ପାରା ଫରେଷ୍ଟ କର୍ମଚାରୀଙ୍କ ସଦଳବଳ ଚଢ଼ଉ କରି ଦୁଇ କେଜି ମାଂସ ଓ ବାର୍‌ହା ଚମଡା ଜବତ କରିଥିଲେ। ଅବଶିଷ୍ଟ ମାଂସ ୧୦ରୁ ଊର୍ଦ୍ଧ୍ବ ଲୋକ ନେଇ ଫେରାର ହୋଇଯାଇଥିଲେ।

ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ସନ୍ତୋଷ ସାହୁ, ସୁଦନ ନାଏକ ଓ ନୀଳକଣ୍ଠ ପାତ୍ର। ଆସନ୍ତାକାଲି ଅଭି‌ଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କରାଯାଇଛି। ଏନେଇ ଓଡ଼ିଶା ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜବତ ମାଂସ ଓ ଚମଡ଼ାକୁ ଫରେନସିକ୍‌ ଯାଞ୍ଚ ପାଇଁ ପଠା ଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର