ବେଙ୍ଗାଲୁରୁରେ ବରୀ ଯୁବକଙ୍କ ମୃତ୍ୟୁ

ବରୀ:ଯାଜପୁର ଜିଲ୍ଲା କଳାମାଟିଆ ପଞ୍ଚାୟତର ଜଣେ ଯୁବକଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ହୋଇଛି। ସେ ହେଲେ ବରୀ ଥାନା ଅଧୀନ କଳାମାଟିଆ ଦଳିତ ବସ୍ତିର ୨୪ ବର୍ଷୀୟ ଯୁବକ ଲିପୁ ମଲିକ। ଗତ ମାସେ ହେବ ସେ ବେଙ୍ଗାଲୁରୁରେ ରହି ଠିକାଦାରଙ୍କ ପାଖରେ କାମ କରୁଥିଲା। ଲିପୁ ଓ ଅନ୍ୟ ୪ ଜଣ ପିଲା ମିଶି ଗୋଟେ ଘରେ ରହୁଥିଲେ।

ମଙ୍ଗଳବାର ସାଙ୍ଗମାନେ କାମରୁ ଫେରିଲାବେଳକୁ ସେମାନେ ରହୁଥିବା ଘର କବାଟ ବନ୍ଦ ଥିଲା। ଝରକା ବାଟେ ଦେଖିବାରୁ ଲିପୁଙ୍କ ଶରୀର ଫ୍ୟାନରେ ଝୁଲୁଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ୪ ଜଣ ସାଙ୍ଗଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଗାଁରୁ ଲିପୁ ମଲ୍ଲିକଙ୍କ ବାପା ଓ ଅନ୍ୟ ସମ୍ପର୍କୀୟମାନେ ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର