ଭୁବନେଶ୍ବରରେ ୩୭୯ ଜଣ କରୋନା ପଜିଟିଭ୍, ସୁସ୍ଥ ହେଲେ ୬୬ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ୩୭୯ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୦୯ ଜଣ ଓ ସ୍ଥାନୀୟ ଅଂଚଳରୁ ୨୭୦ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୫୭୯ରେ ପହଂଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୫୧୪କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୯୪ ଜଣଙ୍କର ଚିକିତ୍ସା ଜାରି ରହିଛି।

Image

ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୦୯ଜଣଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୨୭୦ଜଣଙ୍କ ମଧ୍ୟରୁ ଓଲଡ ଟାଉନରୁ ସର୍ବାଧିକ ୧୭ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ନୟାପଲ୍ଲୀରୁ ୧୫ଜଣ ରହିଥିବା ବେଳେ ପଟିଆରୁ ୧୩ଜଣ, ଖଣ୍ଡଗିରିରୁ ୧୧ଜଣ, ଚନ୍ଦ୍ରଶେଖରପୁରରୁ ୧୦ଜଣ ସଂକ୍ରମିତ ରହିଛନ୍ତି।

Image

ସେହିଭଳି ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୬୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୩୮ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲାଓ୍ଵାରି ହିସାବରେ ଅନୁଗୁଳରେ ୬୫, ବାଲେଶ୍ୱରରେ ୮୩, ବରଗଡ଼ରେ ୧୨୬, ଭଦ୍ରକରେ ୩୪, ବଲାଙ୍ଗୀର ୧୧୦, ବୌଦ୍ଧରେ ୧୦, କଟକରେ ୨୦୮, ଦେବଗଡ଼ରେ ୨୩, ଢେଙ୍କାନାଳରେ ୨୧, ଗଜପତିରେ ୧୫, ଗଞ୍ଜାମରେ ୬୩, ଜଗତ୍ସିଂହପୁରରେ ୨୪, ଯାଜପୁରରେ ୫୧, ଝାରସୁଗୁଡ଼ାରେ ୮୪, କଳାହାଣ୍ଡିରେ ୨୬୦, କନ୍ଧମାଳରେ ୮, କେନ୍ଦ୍ରାପଡ଼ାରେ ୧୧, କେନ୍ଦୁଝରରେ ୭୭, କୋରାପୁଟରେ ୧୪, ମାଲକାନଗିରିରେ ୨, ମୟୂରଭଞ୍ଜରେ ୩୮, ନବରଙ୍ଗପୁରରେ ୪୩, ନୟାଗଡ଼ରେ ୧୨, ନୂଆପଡ଼ାରେ ୧୫୧, ପୁରୀ ୧୧୨, ରାୟଗଡ଼ା ୨୭, ସମ୍ବଲପୁର ୧୪୮, ସୋନପୁର ୬, ଓ ଷ୍ଟେଟ୍ ପୁଲରୁ ୯୪ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର