ବାଣୀବିହାରରେ ବିଏଡ୍‌ ଓ ଏମ୍‌ଏଡ୍‌ ପାଠ୍ୟକ୍ରମ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ଖୋଲିବ ଶିକ୍ଷକ ଶିକ୍ଷା ତାଲିମ ପାଠ୍ୟକ୍ରମ। ୨୦୧୯-୨୦ ଶିକ୍ଷାବର୍ଷରୁ ଏଠାରେ ବିଏଡ୍‌ ଓ ଏମ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏନ୍‌ସିଟିଇ ଦ୍ବାରା ଅନୁବନ୍ଧିତ ଉକ୍ତ ଦୁଇଟି ପାଠ୍ୟକ୍ରମ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ଚାଲିବ। ସେହିପରି ଏମ୍‌ଏ ଇନ୍‌ ହିନ୍ଦୀ ଓ ସାର୍ଟିଫିକେଟ୍‌ କୋର୍ସ ଇନ୍‌ ସଂସ୍କୃତ(୬ ମାସିଆ) ପାଠ୍ୟକ୍ରମରେ ବି ଚଳିତବର୍ଷ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ନାମଲେଖା ହେବ। ଉକ୍ତ ପାଠ୍ୟକ୍ରମଗୁଡ଼ିକରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅଗଷ୍ଟ ୧୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅଗଷ୍ଟ ୨୯ରୁ ୩୧ ମଧ୍ୟରେ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ସେପ୍ଟେମ୍ବର ୧ରେ ପ୍ରବେଶିକା ପରୀକ୍ଷା‌ ଅନୁଷ୍ଠିତ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ଉତ୍କଳ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ ‘www.utkaluniversity.nic.in’ ରେ ଅଧିକ ତଥ୍ୟ ଜାଣିପାରିବେ।

ସମ୍ବନ୍ଧିତ ଖବର