ଭଦ୍ରକ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ନୂଆ କରୋନା ପଜିଟିଭ୍ ତିହିଡ଼ି ବ୍ଲକ ଅନ୍ତର୍ଗତ କୁବେରା ପଞ୍ଚାୟତର, ଆକ୍ରାନ୍ତ ସୁରତ ଫେରନ୍ତା

ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଆଜି ଜଣେ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଉକ୍ତ କରୋନା ଆକ୍ରାନ୍ତ ତିହିଡ଼ି ବ୍ଲକ ଅନ୍ତର୍ଗତ କୁବେରା ପଞ୍ଚାୟତର। ସେ ଜଣେ ସୁରତ ଫେରନ୍ତା ବୋଲି ବି କୁହାଯାଇଛି।

ତିହିଡି ବ୍ଲକକୁ ଗତ କିଛି ଦିନ ଭିତରେ ୧୮୭ଜଣ ସୁରତ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କର ସ୍ବାବ୍ ସଂଗ୍ରହ କରାଯାଇ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା। ସେମାନଙ୍କ ଭିତରୁ ମାତ୍ର ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ଫଳରେ ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।

ଏଣେ ଭଦ୍ରକରେ ଏହି କରୋନା ଆକ୍ରାନ୍ତ ତିହିଡି ବ୍ଲକ ଅନ୍ତର୍ଗତ କୁବେରା ପଞ୍ଚାୟତର ବୋଲି ଜଣାଯିବା ପରେ ଉକ୍ତ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୪ରେ ପହଞ୍ଚିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର