ପ୍ରଧାନମନ୍ତ୍ରୀଙ୍କୁ ବିଜେଡିର ଜବାବ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଯେଭଳି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ତାକୁ ନେଇ ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ ପ୍ରେସ ଇସ୍ତାହାର ଜାରି କରି ଜଣାଇଛନ୍ତି ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ କିଛି ପ୍ରକଳ୍ପର ଶିଳାନ୍ୟାସ କରିବା ସହ କିଛି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏକ ଦଳୀୟ ରାଲିରେ ମଧ୍ୟ ସେ ଯୋଗ ଦେଇ ଦଳୀୟ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ତାର ପ୍ରଭାବ ଓଡ଼ିଶାବାସୀଙ୍କ ଉପରେ ପଡ଼ିବନି । ଓଡ଼ିଶାର ଜନସାଧାରଣ ଗତ ୧୯ ବର୍ଷ ଧରି ବିଜୁ ଜନତା ଦଳକୁ ଯେପରି ଅଜସ୍ର ଆଶୀର୍ବାଦ ଓ ସଦିଚ୍ଛା ଦେଇଆସିଛନ୍ତି , ତାହା ଆଗାମି ବର୍ଷମାନଙ୍କରେ ମଧ୍ୟ ବଳବତ୍ତର ରହିବ। ବିଗତ ୧୯ବର୍ଷ ହେଲା ବିଜୁ ଜନତା ଦଳ ଯେଉଁ ଭାବରେ ଓଡ଼ିଶାର ବିକାଶକୁ ତ୍ବାରାନ୍ବିତ କରିଆସିଛି , ଆଗାମି ବର୍ଷମାନଙ୍କରେ ମଧ୍ୟ ଏହି ବିକାଶ ପ୍ରକ୍ରିୟା ଜାରି ରହିବ ବୋଲି ବିଜୁ ଜନତା ଦଳ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର