ମାଲକାନଗିରିରେ ବିପୁଳ ସମ୍ବର୍ଦ୍ଧନା ସହ ନିର୍ବାଚନ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି

ମାଲକାନଗିରି: ନବରଂଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି ମାଲକାନଗିରିରେ ଶୁକ୍ରବାର ସନ୍ଧ୍ୟାରେ ପହଞ୍ଚିଥିଲେ। ଜିଲ୍ଲା ବିଜେପି ତରଫରୁ ତାଂକୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୁବାଷ ବୋଷ ଛକ ନିକଟରେ ଶତାଧିକ ବିଜେପି କର୍ମୀ ତାକୁ ପାଛୋଟି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ସାମ୍ବାଦିକଙ୍କୁ ବିବୃତ୍ତି ଦେଇ ଶ୍ରୀ ମାଝି କହିଥିଲେ ଯେ ନବରଂଗପୁର ସାଂସଦ କ୍ଷେତ୍ରରେ ଆଜି ବି ଲୋକେ ଦୟନୀୟ ଜୀବନଯାପନ କରୁଛନ୍ତି। ଏହି କ୍ଷେତ୍ରରେ ବିକାଶ ଠପ ହୋଇଯାଇଛି। କେନ୍ଦ୍ର ସରକାର ଦେଉଥିବା ଅର୍ଥ ରାଶିକୁ ବିଜେଡି ସରକାର ଖର୍ଚ୍ଚ କରିପାରୁନାହିଁ। ଏଥର ବିଜେପି ଜିତିବା ପରେ ନବରଂଗପୁର ସଂସଦ କ୍ଷେତ୍ରରେ ବିକାଶ ହିଁ ବିକାଶ ହେବ।

ରାଜ୍ୟର ୨୫ ବର୍ଷର ସରକାର ବିକାଶ କରୁଥିବା ନେଇ ଡେଙ୍ଗୁରା ବଜାଉଛି। କିନ୍ତୁ ବାସ୍ତବରେ ଲୋକେ କିପରି ରହୁଛନ୍ତି ତାହା ଦେଖୁନାହିଁ। ବିଜେପିର ଗ୍ୟାରେଣ୍ଟ କାର୍ଡ ମୋଦୀ ଯାହା କହିଛନ୍ତି ତାହା ପୂରଣ କରାଯିବ। ଏଥିସହ ନିଜର ଗ୍ୟାରେଣ୍ଟି କାର୍ଡ ରହିଥିବା ଶ୍ରୀ ମାଝି କହିଥିଲେ। ତେବେ ଏହା ଆଗାମୀ ଦିନରେ ମାଲକାନଗିରି ପ୍ରଚାର ସମୟରେ ସେ କହିବେ ବୋଲି ସାମ୍ବାଦିକଙ୍କୁ ଭେଟି ଶ୍ରୀ ମାଝି କହିଥିଲେ।

ମାଲକାନଗିରି ଜିଲ୍ଲା ସବୁବେଳେ ବିଜେପି ସହ ରହିଛି ଏବଂ ରହିବ ବୋଲି କହିଥିଲେ। ଏଥର ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ସହଜରେ ହାତେଇ ନେବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ। ତେଣୁ ଡବଲ ଇଞ୍ଜିନ ସରକାର ଆଗକୁ ଆହୁରି ଲୋକାଭିମୁଖୀ କାର୍ଯ୍ୟ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଆଜି ଠାରୁ ଏକ ପ୍ରକାର ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିମାଇ ପାଲ, ସାଧାରଣ ସଂପାଦକ ଗଂଗା ସୋଡି, ନରସିଂହ ମାଡ଼କାମୀ, ସୁବାଷ ପଡ଼ିଆମି, ଜଳନ୍ଧର ନାୟକ, ନିରଞ୍ଜଲ ହାଲଦାର, କୋଷାଧ୍ୟକ୍ଷ ସଂଜୟ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର