ଓଡ଼ିଶାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ମାମଲା: ୨୦ ଜିଲ୍ଲାର ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

ନୂଆଦିଲ୍ଲୀ : ଓଡ଼ିଶାରେ ଡାହାଣୀ ଓ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାଜନିତ ମାମଲା ସଂକ୍ରାନ୍ତରେ ଜାତୀୟ ମାନବିକ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ରିପୋର୍ଟ ମାଗିଛନ୍ତି। ୨୦ଟି ଜିଲ୍ଲାର ତଥ୍ୟ ସମ୍ବଳିତ ରିପୋର୍ଟ ଦାଖଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ ପୁଲିସ୍‌ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସା‌ରେ, ଆସନ୍ତା ଫେବ୍ରୁଆରି ୧୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟରେ ମଧ୍ୟ ତୃଣମୂଳ ସ୍ତରରେ ନିଆଯାଇଥିବା ସଚେତନତାମୂଳକ କାର୍ଯ୍ୟକ୍ରମ ଏବଂ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ସମ୍ପର୍କରେ ଉଲ୍ଲେଖ କରିବା ପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଡାହାଣୀ ଓ ଗୁଣିଗାରେଡ଼ି ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ଅଙ୍କୁଶ ଲଗାଇବା ସହିତ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ପ୍ରିପାଠୀ ଏନ୍‌ଏଚଆରସିରେ ପିଟିସନ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର