ରାଜ୍ୟର ସମସ୍ତ କ୍ଷେତ୍ରୀୟ ବନ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର

ଭୁବନେଶ୍ବର: ଶିମିଳିପାଳରେ ଲାଗିଥିବା ନିଆଁ ଏବେ ଦେଶ-ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ଏବେ ତାପମାତ୍ରା ବଢ଼ୁଥିବା ସହ ପାଗ ଶୁଖିଲା ଥିବାରୁ ନିଆଁ ବ୍ୟାପିବାର ଆଶଙ୍କା ରହିଛି। ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ରାଜ୍ୟର ସମସ୍ତ କ୍ଷେତ୍ରୀୟ ବନ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ପିସିସିଏଫଙ୍କୁ ଚିଠି ଲେଖିଛନ୍ତି। ଏହା ସହ ବନ କର୍ମଚାରୀଙ୍କୁ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତକୁ ଆଣିବା ଏବଂ ଏହା ଯେମିତି ଅଧିକ ନ ବ୍ୟାପେ ସେ ଦିଗ ପ୍ରତି ଧ୍ୟାନ ଦେବାକୁ ୨୪ଘଣ୍ଟା କାମ କରିବାକୁ କୁହାଯାଇଛି।

ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଯଦି କୌଣସି ଅଧିକାରୀଙ୍କର କିଛି ଅତ୍ୟାବଶ୍ୟକ କାମ ପାଇଁ ଛୁଟି ଆବଶ୍ୟକ ହୁଏ, ତେବେ ସେମାନେ ଡିଏଫଓ କିମ୍ବା ତାଙ୍କର ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ଛୁଟିରେ ରହିପାରିବେ ଏବଂ ଏ ନେଇ ପିସିସିଏଫକୁ ଅବଗତ କରାଯିବ। ଏହା ସହ ନିର୍ଦ୍ଦେଶକୁ ସଠିକ ଭାବେ ପାଳନ କରା ନଗଲେ ଏହାକୁ ଗମ୍ଭୀର ଭାବରେ ଗ୍ରହଣ କରାଯିବ ବୋଲି ଚିଠିରେ ଲେଖିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ।

ସମ୍ବନ୍ଧିତ ଖବର