ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ମିଳିବ କରୋନା ସୁରକ୍ଷା ପ୍ରଶିକ୍ଷଣ

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ରାଜ୍ୟର ସମସ୍ତ ରେଞ୍ଜ ଆଇ.ଜି, ଡି.ଆଇ.ଜି ଏବଂ ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ଆଜିର ଏହି ବୈଠକରେ କୋଭିଡ ପ୍ରଭାବିତ ଜିଲ୍ଲା ପାଇଁ କିଛି ନିଷ୍ପତ୍ତି ନିଆଯାଇଛି। କୋଭିଡ ପ୍ରଭାବିତ ଅଞ୍ଚଳରେ ପୁଲିସ୍‌ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଚଷମା, ମାସ୍କ ଓ ଗ୍ଲୋଭ୍ସ ଆଦି ସରଞ୍ଜାମ ବ୍ୟବସ୍ଥା କରାଇବା ସହ ଅନାବଶ୍ୟକ ମିଳାମିଶାଠୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆକସ୍ମିକ ପାଣ୍ଠି ବ୍ୟବସ୍ଥା ଓ ପୁଲିସ୍‌ କର୍ମଚାରୀଙ୍କୁ କୋଭିଡ ସୁରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସୀମାରେ ଥିବା ଜିଲ୍ଲାମାନଙ୍କର ତନଖି ଫାଟକଗୁଡ଼ିକରେ ମଧ୍ୟ ସମାନ ପ୍ରକାରର ସୁରକ୍ଷା ସରଞ୍ଜାମ ଯୋଗାଇ ଦିଆଯିବା ସହ ପାଦଚଲା ଓ ସାଇକଲରେ ଯାତାୟତ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ନୀତିନିର୍ଧାରଣ କରାଯିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ଏସ୍‌ଓପିକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇ.ଜି ରେଖା ଲୋହାନି, ଯତୀନ୍ଦ୍ର କୋଏଲ, ଏ.ଆଇ.ଜି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର