ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି: ପଞ୍ଜିକୃତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନ ନେଲେ ସରକାରୀ ସୁବିଧାରୁ ବଂଚିତ ହେବେ

ଭୁବନେଶ୍ବର: ଟିକା ନେବା ଲାଗି ପଞ୍ଜିକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ତାଗିଦ କରିଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଲା ମୁନିସପାଲ କମିସନରଙ୍କୁ ଚିଠି ଲେଖି ନାମ ପଞ୍ଜିକରଣ କରି କୌଣସି ଗୁରୁତ୍ବପୂର୍ଣ୍ଣ କାରଣ ନ ଦର୍ଶାଇ ଟିକା ନେଇ ନଥିବା ସ୍ବାସ୍ଥ୍ୟକର୍ମୀ  ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଶେଷ କରିବାକୁ କହିଛନ୍ତି । ଏଥିସହ ସେ ଉଲ୍ଲେଖ କରିଛନ୍ତି ଯେ କାରଣ ନଥାଇ ଟିକା ନ ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ ତାଙ୍କୁ କୌଣସି ସରକାରୀ ସୁବିଧା ମିଳିବ ନାହିଁ। ସେ ମାଗଣା ଚିକିତ୍ସା, ମୃତ୍ୟୁରେ ଆର୍ଥିକ ସହାୟତା ଇତ୍ୟାଦି ସରକାରୀ ସୁବିଧାରୁ ବଞ୍ଚିତ ହେବେ। 

 

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୮୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି। ଏବେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବା ପ୍ରକ୍ରିୟା ଜାରି ରହିଛି। ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦେବା କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ତେବେ ବାରମ୍ବାର ସୂଚିତ କରାଯିବା ପରେ ମଧ୍ୟ ପଂଜିକୃତ କିଛି ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ନେଇ ନାହାନ୍ତି। 

ସମ୍ବନ୍ଧିତ ଖବର