ମା’ ତାରାତାରିଣୀଙ୍କ ‘ଚୈତ୍ର ଯାତ୍ରା‌’ ଲାଗି ଜାରି ହେବ ଏସ୍‌ଓପି, ସକାଳ ୬ଟା ଠାରୁ ସନ୍ଧ୍ୟା ୫ଟା ଯାଏଁ ମିଳିବ ଦର୍ଶନ

ହିଲ୍‌ ଟପ୍‌ରେ ଖୋଲିବ ନାହିଁ କୌଣସି ଦୋକାନ, ଗଞ୍ଜାମ ଜିଲ୍ଲା ଲୋକ ଦର୍ଶନ କରିବେ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରା ତାରିଣୀଙ୍କର ‘ଚୈତ୍ର ଯାତ୍ରା’ ସକାଶେ ଗାଇଡଲାଇନ୍ ଜାରି କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ସକାଳ ୬ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ମଧ୍ୟରେ ଭକ୍ତଗଣ ମା’ଙ୍କର ଦର୍ଶନ କରିପାରିବେ। ମା’ଙ୍କ ପୂଜା ସକାଶେ ଯାହା ନୀତି ନିୟମ ରହିଛି ତାହା ପାଳନ କରାଯିବ। କୋଭିଡ୍-୧୯ ନିୟମ ଅନୁପାଳନ କରି କେବଳ ଗଞ୍ଜାମ ଜିଲ୍ଲା ବାସୀ ମା’ଙ୍କର ଦର୍ଶନ ଲାଭ କରିପାରିବେ ।
ବସ୍ ଗୁଡିକରେ କୋଭିଡ୍ ପରୀକ୍ଷା କରାଯିବ। ଗହଳିକୁ ସିମିତ କରିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହେବ । ମନ୍ଦିର ଉପର ସ୍ଥାନରେ କୌଣସି ଦୋକାନ ରହିବ ନାହିଁ। ପ୍ରସାଦ ବଣ୍ଟନ ଓ ସେବନ ତଳେ କରାଯିବ । କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏହି ପର୍ବକୁ ଶୃଙ୍ଖଳିତ ଭାବେ କରିବା ସକାଶେ ପ୍ରଶାସନ ଓ ମନ୍ଦିର କମିଟି ସଦସ୍ୟ ମାନଙ୍କୁ ନେଇ ପୁଣି ବୈଠକ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡ଼ିଓ କନ୍‌ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ବୈଠକରେ ସୂଚନା ଦେଇଛନ୍ତି।
India
ସମ୍ବନ୍ଧିତ ଖବର