ବିଜେପି ଛାଡ଼ିଲେ ଦାମ
ଦାମବାବୁଙ୍କ ବୟସ ହୋଇଯାଇଛି, ଦେହ ବି ଭଲ ରହୁନାହିଁ: ବିଜେପି, ବାପା ବିଜେପିରେ ରହିପାରିବେନି, ସେ ଜାଣିଥିଲେ: ସମ୍ବିତ୍
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ନିର୍ବାଚନ କୋଳାହଳ ଲାଗି ରହିଛି। ଭୁବନେଶ୍ବରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ େନତାମାନେ କସରତ ଚଳାଇଛନ୍ତି। ଏପଟେ େଗାଟିଏ ସପ୍ତାହରେ ବିଜେପି ସହିତ ଦୁଇଜଣ ନେତା ସଂପର୍କ ତୁଟାଇଲେଣି। ୨୦୧୮ ବିଜେପୁର ଉପ ନିର୍ବାଚନ ପୂର୍ବରୁ ଦଳରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଇସ୍ତଫା ଦେଇଥିଲେ। ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପଦ୍ମ ଦଳରେ ସାମିଲ େହାଇଥିବା ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମଧ୍ୟ ବିଜେପି ଠାରୁ ଆଜି ଦୂରେଇ ଯାଇଛନ୍ତି। ଆଜି ସେ ତାଙ୍କର ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ଡାକ୍ତର ରାଉତଙ୍କ ଏହି ପଦକ୍ଷେପ ରାଜ୍ୟ ରାଜନୀତିରେ ଆଜି ଚର୍ଚ୍ଚାର ବିଷୟ େହାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଦାମଙ୍କ ଇସ୍ତଫା ଉପରେ ବିଜେପି ଅତ୍ୟନ୍ତ ସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଛି। ବିଜେପି ପ୍ରଭାରୀ କହିଛନ୍ତି, ଦାମବାବୁଙ୍କ ବୟସ େହାଇଯାଇଛି। ଦେହ ବି ଭଲ ରହୁନାହିଁ। ବିଜେଡି ମପାଚୁପା ମନ୍ତବ୍ୟ େଦଇଛି। ଦାମଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଯେ ସେ ଜାଣିଥିଲେ, ବାପା ବିଜେପିରେ ବେଶି ସମୟ ରହିପାରିବେନି।
ଉଲ୍ଲେଖଯୋଗ୍ୟ ଯେ ସାଧାରଣ ନିର୍ବାଚନ ବେଳେ ବିଜେପିର ଦାମ ବାବୁଙ୍କୁ ବିେଜପି ପ୍ରଚାର କମିଟିର ଆବାହକ ଭାବେ ନିଯୁକ୍ତି ଦେଇଥିଲା। କିନ୍ତୁ ଏବେ ବିଜେପିର ବିଜେପୁର ତାରକା ପ୍ରଚାର ତାଲିକାରେ ଡାକ୍ତର ଦାମୋଦର ରାଉତଙ୍କ ନାମ ନଥିଲା। ଦଳ ଦାମ ବାବୁଙ୍କୁ େକାଣଠେସା କରୁଛି େବାଲି ଚର୍ଚ୍ଚା ଆରମ୍ଭ େହାଇଥିଲା। ଆଜି କିନ୍ତୁ ଦାମ ବାବୁ ତାଙ୍କ ସଂପର୍କ ବିଜେପି ଠାରୁ ସମ୍ପୂର୍ଣ୍ଣ ଛିନ୍ନ କରିଛନ୍ତି। ଡାକ୍ତର ରାଉତ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ ଦଳ ତାଙ୍କୁ ଆଉ ଆବଶ୍ୟକ କରୁନାହିଁ। ଯଦିଓ ଦଳ କିମ୍ବା ନେତୃତ୍ବ ବିରୋଧରେ ତାଙ୍କର କୌଣସି ଅସୂୟା ବା ଅଭିଯୋଗ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି, ତା ସହିତ ଏକଥା ଦର୍ଶାଇଛନ୍ତି େଯ ଗତ ସାଧାରଣ ନିର୍ବାଚନ ପରେ ବିଜେପିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି ନିଷ୍ପତ୍ତି ପ୍ରକ୍ରିୟାରେ ତାଙ୍କ ଉପସ୍ଥିତି ବା ସଂପୃକ୍ତି ଆଦୌ ଆବଶ୍ୟକ ହେଉ ନଥିବା ସେ ଅନୁଭବ କରୁଛନ୍ତି। ଏହା ତାଙ୍କ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି କରୁଛି। ରାଜ୍ୟ ବିଧାନସଭାରେ ୩୫ ବର୍ଷ ବିଧାୟକ ଓ ୬ ଥର ମନ୍ତ୍ରୀ ଭାବରେ କାର୍ଯ୍ୟ କଲା ପରେ ତାଙ୍କୁ ଏଭଳି ଅଲୋଡ଼ା ଓ ଅନାବଶ୍ୟକ ସ୍ଥିତି, ସକ୍ରିୟ ନିର୍ବାଚନ ରାଜନୀତିରୁ ସଂପୂର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି।
ଦାମ ବାବୁ ତାଙ୍କ ଇସ୍ତଫା ପତ୍ରରେ ଆହୁରି କହିଛନ୍ତି ଯେ ପରିଣତ ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ ନକରି ସେ ଏଣିକି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତ ଭାବରେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ରଚନାତ୍ମକ କାର୍ଯ୍ୟକଳାପରେ ଅବଶିଷ୍ଟ ଜୀବନ ବିତାଇବେ। ଏଣୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛନ୍ତି।
ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଦାମ ବାବୁଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତାଙ୍କୁ ଅଣଦେଖା କରାଯାଇନାହିଁ। ବରଂ ଦଳ ପକ୍ଷରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦିଆଯାଇଥିଲା। ଯେତେବେଳେ ଜଣକୁ ଟିକେଟ୍ ଦିଆଯାଉଛି, େସ କ୍ଷେତ୍ରରେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଲା ଦଳ ପ୍ରତି ସମର୍ପଣ ଭାବ ରହିବା ଜରୁରୀ। ଦାମବାବୁଙ୍କର ବୟସ ହୋଇଯାଇଛି, ସ୍ବାସ୍ଥ୍ୟ ମଧ୍ୟ ଭଲ ରହୁନାହିଁ। ତେଣୁ ଯଦି ସେ ରାଜନୀତିରୁ ଅବ୍ୟାହତି ନେଇ ସମାଜ ସେବା କରିବାକୁ ମନ ବଳାଇଛନ୍ତି। ସେ ତାଙ୍କୁ ଶୁଭକାମନା ଜଣାଉଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ କାହାକୁ ଡକାଯାଏ ନାହିଁ ବରଂ ଦଳୀୟ କାର୍ଯ୍ୟକ୍ରମରେ ସମସ୍ତ ନେତା ଏବଂ କର୍ମୀଙ୍କୁ ନିଜେ ଯିବାକୁ ପଡେ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଶ୍ରୀ ସିଂହ।
ସେହିଭଳି ବିଜେପି ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଛନ୍ତି ଯେ ଆମ ଦଳରେ ସମସ୍ତେ ସମାନ। କାହାକୁ କେବେ ବି ଅଣଦେଖା କରାଯାଏନାହିଁ। କାହାକୁ ବେଶି ସମ୍ମାନ କେବେ ମିଳେନି କି କାହାକୁ କମ୍ ସମ୍ମାନ। ବିଜେପିରେ ସମସ୍ତେ େହଉଛନ୍ତି ନେତା ଓ ସମସ୍ତେ କାର୍ଯ୍ୟକର୍ତ୍ତା। ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ନେତା ଆଉ କାର୍ଯ୍ୟକର୍ତ୍ତା େବାଲି ବାରମ୍ବାର କହିଛନ୍ତି। ବିଜେପିରେ ସମସ୍ତଙ୍କ ମତାମତକୁ ନେଇ ହିଁ ନିଷ୍ପତ୍ତି ନିଆଯାଇଥାଏ।
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦାମ ବାବୁ ଜଣେ ଅଭିଜ୍ଞ ନେତା ହିସାବରେ ଭାବିଚିନ୍ତି ନିଷ୍ପତ୍ତି ନେଇଥିବେ। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ କିଛି କହିବାର ନାହିଁ।
କୌତୂହଳ କଥା ହେଲା,ଦାମଙ୍କ ଇସ୍ତଫା େନଇ ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଖୁସି ବ୍ୟକ୍ତ କରିଛନ୍ତି। ଗଣମାଧ୍ୟମକୁ କହିଛନ୍ତି ଯେ ବାପା ବିଜେପିରେ ରହିପାରିବେନି ବୋଲି ସେ ଆଗରୁ ଜାଣିଥିଲେ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ପ୍ରସଙ୍ଗଟିକୁ ଭିନ୍ନ ଦୃଷ୍ଟିରୁ ବିଚାର କରୁଛନ୍ତି। ଏହି ମହଲ କହୁଛନ୍ତି, ଦାମ ବାବୁ ଘରେ ବସିବା କି ଚୁପ ରହିବା ଭଳି େନତା ନୁହନ୍ତି। ସେ ତାଙ୍କ ଉପରୁ ଆଜି ଶୃଙ୍ଖଳ ହଟାଇଛନ୍ତି। ଏବେ ତାଙ୍କୁ ଯିଏ େଲାଡିବ, ସେ ପକ୍ଷକୁ ଯାଇ ପ୍ରତିପକ୍ଷକୁ ହଲାପଟା କରିପାରନ୍ତି। ଏମିତିରେ ବି ବିଜେପି ଯାଇ ଦାମ ବାବୁ ପୂରା ଭୁଲ କରିନାହାନ୍ତି। ନିର୍ବାଚନରେ ବଡ଼ ପରାଜୟ ତାଙ୍କୁ ବ୍ୟକ୍ତିଗତ ଝଟକା ଦେଇପାରିଥାଏ, କିନ୍ତୁ ସମ୍ବିତ ପ୍ରଥମ ଥର ନିର୍ବାଚନ ଲଢି ଜିତିବାରେ ସକ୍ଷମ େହାଇଛନ୍ତି। ନବୀନଙ୍କ ବିଜେଡି େମାହର ରାଜନେତାଙ୍କ ପାଇଁ କେତେ ଆବଶ୍ୟକ ତାହା ମଧ୍ୟ ଏରସମା ନିର୍ବାଚନମଣ୍ଡଳୀରୁ ସଙ୍କେତ ମିଳିଛି।