ଦୁଃଖନାଶନ ପାଇବେ ୨ୟ ବେନିମାଧବ ସମ୍ମାନ

ସମ୍ବଲପୁର : ପୁଷପୁନି ଅବସରରେ ସମ୍ବଲପୁରର ଗଙ୍ଗାଧର ବିଶି ପ୍ରକାଶନୀ ପକ୍ଷରୁ ଦ୍ବିତୀୟ ‘ବେନିମାଧବ ସମ୍ମାନ’ ଘୋଷଣା କରାଯାଇଛି। ଚଳିତବର୍ଷ ଏହି ସମ୍ମାନ ବିଶିଷ୍ଟ ସଂଚାର କଳାକାର ତଥା ଲୋକସଂସ୍କୃତି ଗବେଷକ ଦୁଃଖନାଶନ ବେହେରାଙ୍କୁ ପ୍ରଦାନ କରାଯିବ। ମନୋନୟନ କମିଟିର ସଦସ୍ୟ ସଞ୍ଜୟ ସୂପକାର, ଅଶୋକ ପ୍ରଧାନ, ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଡ. ଶ୍ୟାମ ଭୋଇ ଓ ମାନସ କୁମାର ଷଡଙ୍ଗୀଙ୍କ ସର୍ବସମ୍ମତି କ୍ରମେ ଶ୍ରୀ ବେହେରାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏକ ସ୍ବତନ୍ତ୍ର ସମାରୋହରେ ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କହାଯାଇଛି।

ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା କଳାକାରଙ୍କୁ ସମ୍ମାନ ଜଣାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଗତ ବର୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଏହି ସମ୍ମାନ ବାବଦକୁ ଏକ ଲକ୍ଷ ଟଙ୍କ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ପ୍ରକାଶଥାଉକି, ଗତବର୍ଷ ପ୍ରଖ୍ୟାତ ଢୁଲିଆ ମଗଶିର ନନ୍ଦଙ୍କୁ ପ୍ରଥମ ବେନିମାଧବ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର