ଅର୍ଥନୈତିକ ସର୍ଭେ ରିପୋର୍ଟ ବାହାରକୁ ଗଲା କେମିତି?, ଶୂନ୍ୟକାଳରେ ଆପତ୍ତି ଉଠାଇଲେ ବିରୋଧୀ ବିଧାୟକ

ଭୁବ‌େନଶ୍ବର : ବଜେଟ୍‌ ଉପସ୍ଥାପନ ପୂର୍ବ ଦିନ ବିଧାୟକମାନଙ୍କୁ ପ୍ରଥମେ ଅର୍ଥନୈତିକ ସର୍ଭେ ରିପୋର୍ଟ ଦିଆଯାଏ। କିନ୍ତୁ ଗତକାଲି ତାହା ବିଧାୟକମାନଙ୍କୁ ଦିଆ ଯାଇ ନ ଥିଲା। ବିଧାୟକମାନେ ରିପୋର୍ଟ ପାଇବା ପୂର୍ବରୁ ତାହା ସୋସିଆଲ ମିଡିଆ ଓ ଅନ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା କିପରି ସମ୍ଭବ ହେଲା ବୋଲି ଆଜି ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟ ପ୍ରଶ୍ନ କରିଥିଲେ।

ଶୂନ୍ୟକାଳରେ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ବିଜେପି ସଭ୍ୟ ମୋହନ ମାଝୀ କହିଲେ, ବଜେଟ୍‌ ଉପସ୍ଥାପନର ୨୪ ଘଣ୍ଟା ପୂର୍ବରୁ ଅର୍ଥ‌େନୖତିକ ସର୍ଭେ ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇ ପ୍ରଥମେ ବିଧାୟକମାନଙ୍କୁ ଦିଆଯାଏ। ଆଜି ବଜେଟ୍‌, କିନ୍ତୁ ଏ ଯାଏ ବିଧାୟକଙ୍କୁ ସର୍ଭେ ରିପୋର୍ଟ ମିଳିଲା ନାହିଁ। ଅଥଚ ଗଣମାଧ୍ୟମରେ ଏହା ପ୍ରକାଶ ପାଇସାରିଛି। ଗୃହର ଏହି ପରମ୍ପରାକୁ କାହିଁକି ଭଙ୍ଗାଗଲା ? ଏଥି ପାଇଁ ଦାୟୀ କିଏ ?

ବାଚସ୍ପତି କହିଥିଲେ, ଅର୍ଥନୈତିକ ସର୍ଭେ ରିପୋର୍ଟ ଗୃହର ଉପସ୍ଥାପନ କରାଯାଏ ନାହିଁ। ସିଧାସଳଖ ବିଧାୟକମାନଙ୍କୁ ଦିଆଯାଏ। ଏ‌େବ ତାହା ପ୍ରଦାନ କରାଯାଉଛି।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଆପତ୍ତି ଉଠାଇ କହିଥିଲେ, ଏବେ ଦିଆଗଲେ କ’ଣ ହେବ ? ସୋସିଆଲ୍‌ ମିଡିଆରେ ତ ଏହା ଭାଇରାଲ୍‌ ହୋଇସାରିଲାଣି। ଅର୍ଥ ବିଭାଗ ୱେବ୍‌ସା‌ଇଟ୍‌ରେ ରିପୋର୍ଟ ଦେଖିବାକୁ ମିଳୁଛି ଓ ଖବରକାଗଜରେ ପ୍ରକାଶିତ ହୋଇଛି। ହାଟରେ ଦାଣ୍ଡରେ ରିପୋର୍ଟ ବୁଲୁଛି, କିନ୍ତୁ ବିଧାୟକଙ୍କୁ ମିଳୁନି। ଏ ନେଇ ମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ।

ସମ୍ବନ୍ଧିତ ଖବର