ଫସଲ ନଷ୍ଟ କ‌ଲେ ହାତୀପଲ

ପଦ୍ମପୁର: କେନ୍ଦୁଝର ସଦର ବ୍ଲକ୍‌ ନୂଆଗାଁ ପଞ୍ଚାୟତ ଗୋହାଲଡିହି ଗ୍ରାମ ନିକଟରେ ଥିବା ଭାଟୁଣିଆଁ ବୁଢ଼ାବୁଢୀ ପାହାଡ଼ରେ ୧୧ଟିକିଆ ହାତୀପଲ ଅଛନ୍ତି। ଶନିବାର ବିଳମ୍ବିତ ରାତିରେ ଏହି ହାତୀପଲ ପଳାଶପଙ୍ଗା ନିକଟସ୍ଥ ଖପରାଖାଇ ଜଙ୍ଗଲରୁ ବାହାରି ରତନପୁର ଦେଇ ଦାବାଙ୍କ ଗ୍ରାମରେ ପଶିଥିଲେ।

ଗ୍ରାମର ଅଭିରାମ ମାଝୀ ହରଡ଼ ଚାଷ ନଷ୍ଟ କରିଥିଲେ। ସେଠାରୁ ହୁଡ଼ିସାହି ଆଡ଼କୁ ମୁହାଁଇଥିଲେ। ସନ୍ତୋଷ ମୁଣ୍ତାଙ୍କ ଘର ବାରଣ୍ଡାରେ ରଖାଯାଇଥିବା ଧାନ ଖାଇଥିଲେ। ବାଡ଼ିରେ ଥିବା ଶାଗ କିଆରିକୁ ଦଳିଚକଟି ନଷ୍ଟ କରିବା ସହ କଦଳୀଗଛ ଭାଙ୍ଗି ଦେଇଥିଲେ।  ସନ୍ତୋଷ ଓ ପତ୍ନୀ ସକୁନ୍ତଳା ପଦାକୁ ଦୌଡ଼ି ପଳାଇବାରୁ ଉଭୟ ବର୍ତ୍ତି ଯାଇଛନ୍ତି।  ପରେ ଏହି ହାତୀପଲ ଗୋହାଲଡିହି ମାଝିସାହିରେ ପଶିଥିଲେ। ଲୋକେ ନିଆଁହୁଳା ଧରି ଘଉଡ଼ାଇବାରୁ ହାତୀପଲ ଜଙ୍ଗଲ ଭିତରକୁ ପଳାଇଥିଲେ।

ସମ୍ବନ୍ଧିତ ଖବର