ବିଶିଷ୍ଟ ଶିକ୍ଷାବିତ୍ ଡ. ନୀଳାଚଳ ମିଶ୍ରଙ୍କ ପରଲୋକ

ପାଟଣାଗଡ଼ : ପାଟଣାଗଡ଼ର ବିଶିଷ୍ଟ ଶିକ୍ଷାବିତ ଡ. ନୀଳାଚଳ ମିଶ୍ର (୮୧ବର୍ଷ)ଙ୍କ ପାଟଣାଗଡ଼ କାଦୋପଡ଼ାସ୍ଥିତ ବାସଭବନରେ ଗୁରୁବାର ସକାଳେ ଦେହାନ୍ତ ହୋଇଯାଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ‌ଶୋକ ପ୍ରକାଶ ପାଇଛି।

ବଲାଙ୍ଗୀର ଜିଲ୍ଲା‌ ତୁଲଣ୍ଡି ଗ୍ରାମରେ ସ୍ବର୍ଗତ ମିଶ୍ର ୧୭ ଏପ୍ରିଲ ୧୯୩୯ରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବରୁ ବିଭିନ୍ନ ହାଇସ୍କୁଲ ଓ ଏମ୍‌ଇ ସ୍କୁଲରେ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଭାବେ କାମ କରିଥିଲେ। ୧୯୬୮ମସିହାରେ ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଟିଟିଲାଗଡ଼ ଡିଏଭି କଲେଜରେ ଅଧ୍ୟାପକ ଏବଂ ବେଲପଡ଼ା ପଞ୍ଚାୟତ ସମିତି କଲେଜରେ ଅଧ୍ୟକ୍ଷ ହୋଇଥିଲେ। ୧୯୯୯ ମସିହାରେ ସେ ବେଲପଡ଼ା ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ। ସେ ଜଣେ ଭଲ ବକ୍ତା, ସାହିତ୍ୟିକ ମଧ୍ୟ ଥିଲେ। ପାଟଣାଗଡ଼ର ବିଭିନ୍ନ ସାଂସ୍କୃତିକ ସଂଗଠନରେ ମଧ୍ୟ ସେ ବିଭିନ୍ନ ପଦପଦବିରେ ରହିଥିଲେ।

ଶେଷ ସମୟରେ ତାଙ୍କ ବଡ଼ପୁଅ ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର, ବୋହୂ ଅନୁପମା ମିଶ୍ର, ସାନପୁଅ ଶ୍ରୀକାନ୍ତ ମିଶ୍ର ସାନବୋହୂ ଅଞ୍ଜଳି, ନାତି ଅଭିଜିତ, ଅରିଜିତ, ଅଂଶୁମାନ, ଝିଅମାନେ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର