ମାଛ କଲା ଲକ୍ଷପତି: ୧ଲକ୍ଷ ୭୬ ହଜାରରେ ବିକ୍ରି ହେଲା ୨୨ କେଜିର ତେଲିଆ ମାଛ, କିଣିଲା ମୁମ୍ବାଇ କମ୍ପାନି

ଚାନ୍ଦବାଲି: କରୋନା କାଳରେ ମାଛ କରିଦେଲା ଲକ୍ଷପତି । ଚାନ୍ଦବାଲିରୁ ଆସିଛି ଏପରି ଖବର । ଯାହାକୁ ନେଇ ଚାନ୍ଦବାଲି ଅଂଚଳରେ ଚର୍ଚା ଜୋର ଧରିଛି । ମାଛ ଗୋଟିଏ, ଦାମ୍ ତାହାର ୧ଲକ୍ଷ ୭୬ ହଜାର ଟଙ୍କା । ଆଗରୁ ହୁଏତ ମାଛର ଏପରି ଦାମ୍ ଆପଣ କେବେ ଶୁଣି ନଥାଇପାରନ୍ତି । ଏପରି ଦର ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଏହି ମାଛର ନାମ ତେଲିଆ ମାଛ । ଏ ଦୃଶ୍ୟ ହେଉଛି ଚାନ୍ଦବାଲି ବ୍ଲକ ଚନ୍ଦିନୀପାଳ କଣ୍ଟାରେ ନିଲାମ ଡ଼କା ଯାଉଥିବା ମାଛର ।

ଆଜି ଚାନ୍ଦବାଲିର ଚନ୍ଦିନୀପାଳ କଣ୍ଟାରେ ଏପରି ଏକ ବିଶାଳ ମାଛର ନିଲାମୀ କରାଯାଇଥିଲା। ନିଲାମଧାରୀଙ୍କର ମାଛ ନେବା ପାଇଁ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । କଣ୍ଟା ଥିବା ମାଛର ଦର ୬ହଜାରରୁ ବଢ଼ିବଢ଼ି ୮ହଜାର ପର୍ଯ୍ୟନ୍ତ ଯାଇଥିଲା । ଶେଷରେ ଜଣେ ନିଲାମଧାରୀ ଏହି ମାଛକୁ ବମ୍ବେର ଏକ ମେଡ଼ିସିନ କମ୍ପାନିକୁ କେଜି ପ୍ରତି ୮ହଜାର ଟଙ୍କା ଓ ୨୨କେଜିର ଏହି ବିରାଟ ମାଛକୁ ୧ଲକ୍ଷ ୭୬ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ତାଳଚୁଆ ଅଞ୍ଚଳର ଜଣେ ଧୀବର ଏହି ମାଛକୁ ଗଭୀର ସମୁଦ୍ର ମଧ୍ୟରେ ଧରିଥିଲେ । ମାଛ ଧରିବା ପରେ ବିକ୍ରି ପାଇଁ କରୋନା କଟକଣାଥିବାରୁ କୋଲକାତା ଯାଇନପାରି ଚାନ୍ଦବାଲି ଚନ୍ଦିନୀପାଳ ଅଞ୍ଚଳକୁ ଚାଲିଆସିଥିଲେ । ଏବଂ ନନ୍ଦମଣ୍ଡଳ ନାମକ ଜଣେ କଣ୍ଟା ମାଲିକ କଟାରେ ଏହି ମାଛର ନିଲାମ ଡ଼କାଯାଇଥିଲା ।  ପୂର୍ବରୁ ସମାନ ପ୍ରକାରର ଦୁଇଟି ମାଛକୁ କେଜି ପିଛା ୬ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା । ତେଲିଆ ମାଛର କେଜି ପିଛା ୮ ହଜାର ଟଙ୍କା ଦାମ୍ ଆଗରୁ କେବେ ଯାଇନଥିଲା ।

ସମ୍ବନ୍ଧିତ ଖବର