ସରକାରଙ୍କ ସ୍କାନରରେ ଅଗ୍ନିଶମ ଡିଜି

ଭୁବନେଶ୍ୱର: ରାଜ୍ୟ ସରକାର ଅଗ୍ନିଶମ ଡିଜି ବି.କେ ଶର୍ମାଙ୍କୁ ଟାର୍ଗେଟ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ହେବ। ଫାୟାର ସେଫଟି ସାର୍ଟିଫିକେଟ ଦେବାରେ ଅନିୟମିତତା ଅଭିଯୋଗ ଆସିବା ପରେ ଡିଜିଙ୍କୁ ଟାର୍ଗେଟ କରାଯାଇଛି। ଦୀର୍ଘ ଦିନ ଯାଏଁ ଫାଇଲଗୁଡ଼ିକ ପଡ଼ି ରହିବା ପରେ ସନ୍ଦେହ ଦେଖାଯାଇଥିଲା। ଏ ନେଇ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ଗୃହ ବିଭାଗର ସଚିବଙ୍କୁ ନେଇ କମିଟି ଗଠନ କରାଯାଇଛି।

ସମ୍ବନ୍ଧିତ ଖବର