ଅଢ଼େଇବର୍ଷ ଶିଶୁକୁ ଗ୍ରାଣ୍ତମାଷ୍ଟର ଉପାଧି

ନଠୁଆବର : ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାମଦେବପୁର ଗ୍ରାମର ଅଢ଼େଇ ବର୍ଷର ଶିଶୁ ଡିଏନ୍‌ କ୍ରିଷ୍ଣା ଦେବାଶିଷଙ୍କୁ ଏସିଆ ବୁକ୍ ଅଫ୍‌ ରେକର୍ଡସ୍‌ ପକ୍ଷରୁ ଗ୍ରାଣ୍ତମାଷ୍ଟର୍‌ ଉପାଧି ପ୍ରଦାନ କରାଯାଇଛି। ସେ ୨୩.୭୨ ସେକେଣ୍ତରେ ଭାରତର ସମସ୍ତ ରାଜ୍ୟ ରାଜଧାନୀର ନାମ ଆବୃତ୍ତି କରି ଇଣ୍ତିଆ ବୁକ୍ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିଲେ। ତାଙ୍କର ଏହି ରେକର୍ଡ ଏସିଆ ବୁକ୍ ରେକର୍ଡ‌ସ୍‌ରେ କାଏମ ରହିଛି। ଫଳରେ ତାଙ୍କୁ ଗ୍ରାଣ୍ତମାଷ୍ଟର ଉପାଧି ପ୍ରଦାନ କରାଯାଇଥିବା ଏସିଆ ବୁକ୍ ଅଫ ରେକର୍ଡସ୍‌ ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଛି।

ସ୍ମରଣଶକ୍ତି ଓ ଉପସ୍ଥିତ ବୁଦ୍ଧି ପାଇଁ କ୍ରିଷ୍ଣା ଦେବାଶିଷଙ୍କୁ ବହୁ ସଫତଳା ମିଳିଛି। ପୁଅର ଏହି ସଫଳତାରେ ବାପା ସ୍ଥଳସେନା କର୍ମଚାରୀ ଧର୍ମକାନ୍ତ ରାଉତ ଓ ମା’ ମିତା ପାଲ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ଏବେ ସେ ୱାର୍ଲଡ ବୁକ୍ ଅଫ୍‌ ରେକର୍ଡସ୍‌ ଓ ଗିନିଜ୍ ବୁକ୍ ଅଫ୍‌ ରେକର୍ଡସ୍‌ରେ ଜଣେ ଶିଶୁ ପ୍ରତିଭା ଭାବେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତି ଚଳାଇ ବାପା ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର