ମହଙ୍ଗା ହେବ ବିଦ୍ୟୁତ୍‌!

ଓଇଆର‌୍‌ସିଙ୍କୁ ଆବେଦନ କଲେ ଗ୍ରିଡ୍‌କୋ ସମେତ ବିଭିନ୍ନ ବିଦ୍ୟୁତ୍‌ ସ˚ସ୍ଥା
ବିଏସ୍‌ପି ୟୁନିଟ୍‌ ପିଛା ୩ ଟଙ୍କା ୨୬ ପଇସାକୁ ବଢ଼ାଇବା ଲାଗି ପ୍ରସ୍ତାବ
ସେସୁ, ଓପିଟିସିଏଲ୍‌, ଓପିଜିସି ପ୍ରମୁଖ ବି ବିଦ୍ୟୁତ୍‌ ବୃଦ୍ଧି ସପକ୍ଷରେ

ଭୁବନେଶ୍ବର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିେର୍ଦଶକୁ େକହି ଗ୍ରହଣ କରୁନାହାନ୍ତି। ବିଦ୍ୟୁତ ବଣ୍ଟନ କ˚ପାନିମାନେ ସେମାନଙ୍କର ବକେୟା ପ୍ରଦାନ କରୁନାହାନ୍ତି। ପରିଣାମ ହେଲା, ଗ୍ରିଡ୍‌କୋ ବର୍ଷକୁ ବର୍ଷ ଭୟଙ୍କର ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ହୋଇଯାଉଛି। ବିଦ୍ୟୁତ କିଣା, ଋଣ ପରିଶୋଧ, ସୁଧ ପୈଠ, ଦରମା ଆଦି ଖର୍ଚ୍ଚ ଆୟକୁ ବଳେଇ ପଡିଲାଣି। ବିଦ୍ୟୁତ ଶୁଳ୍କ ବୃଦ୍ଧି କରାନଗଲେ, ଗ୍ରିଡକୋର ଆର୍ଥିକ ଶୃଙ୍ଖଳା ଅଣାଯାଇପାରିବ।

ଏଭଳି ଯୁକ୍ତି ଦର୍ଶାଇ ଗ୍ରିଡ୍‌କୋ ୨୦୧୯-୨୦୨୦ ଅର୍ଥାତ୍‌ ଆସନ୍ତା ଆର୍ଥିକ ବର୍ଷରେ ବିଦ୍ୟୁତ ଦର ବୃଦ୍ଧି କରିବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ଦରଖାସ୍ତ କରିଛି। ଦୁଇଟି ଭିନ୍ନ ଭିନ୍ନ ସୂତ୍ର ରଖିଥିଲେ େହଁ, ଉଭୟ ସୂତ୍ର ସୂଚାଇ େଦଉଛି େଯ ଆୟୋଗ ଯଦି ଗ୍ରିଡକୋ ଦରଖାସ୍ତକୁ ଗ୍ରହଣ କରନ୍ତି, ତେବେ ବିଦ୍ୟୁତ ଦର ବଢିବା ନିଶ୍ଚିତ। େଗାଟିଏ ସୂତ୍ରରେ ସଂସ୍ଥା ବଲ୍‌କ ସପ୍ଲାଇ ପ୍ରାଇବ୍‌ ବା ବିଏସ୍‌ପି ୟୁନିଟ୍ ପିଛା ୩ ଟଙ୍କା ୨୬ ପଇସା ଦର୍ଶାଇଛି ଓ ଅନ୍ୟଟିରେ ୟୁନିଟ୍ ପିଛା ଦର ୨ଟଙ୍କା ୯୦ ପଇସା କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଚଳିତବର୍ଷ ଯେତିକି ଦରରେ ଗ୍ରିଡ୍‌କୋ ବିଦ୍ୟୁତ ଦେଉଛି, ତା ଠାରୁ ହାରାହାରି ୫୦ ପଇସା ଅଧିକ।

ଆସନ୍ତା ଆର୍ଥିକ ବର୍ଷ ପାଇଁ ୯ ହଜାର ୧୩୪ କୋଟି ୨୧ ଲକ୍ଷ ଟଙ୍କା ଦରକାର ବୋଲି ହିସାବ ରଖି ଗ୍ରିଡ୍‌କୋ କହିଛି ଯେ ଚଳିତବର୍ଷ ଯେଉଁ ବିଦ୍ୟୁତ ହାର ରହିଛି, ତାହାକୁ ବିଚାରକୁ ନେଇ ଦେଖିଲେ, ଚଳିତବର୍ଷ ବିଦ୍ୟୁତ କିଣା ବାବଦରେ କେବଳ ଟଙ୍କା ନିଅଣ୍ଟ ପଡ଼ିବ। ଏତେ ଟଙ୍କା ଭରଣା କରିବା ଲାଗି ଆଉ କୌଣସି ଠୋସ୍‌ ବାଟ ନାହିଁ। ଏଣୁ ଏପ୍ରିଲ ପହିଲାରୁ ବିଦ୍ୟୁତ ଦର ବୃଦ୍ଧି କରାନଗଲେ ସ୍ଥିତି ଅସମ୍ଭାଳ ହୋଇପଡିବ।

ଓଡ଼ିଶା ବିଦ୍ୟୁତ ପରିବହନ ନିଗମ ଲିମିଟେଡ୍‌ଠାରୁ ଆରମ୍ଭ କରି ବଣ୍ଟନ କ˚ପାନି ଯାଏ ସମସ୍ତେ ନିଜ ନିଜ ପକ୍ଷ ରଖି ବିଦ୍ୟୁତ ଦର ବୃଦ୍ଧି ନେଇ ଆୟୋଗ ଉପରେ ଚାପ ରଖିଛନ୍ତି। ପରୋକ୍ଷରେ ଧମକାଇଛନ୍ତି, ଯଦି ଆୟୋଗ ବିଚାର ନ କରନ୍ତି, ତେବେ ଏ ବ୍ୟବସ୍ଥାଟି େଶାଚନୀୟ ଆଡକୁ ଗତି କରିପାେର ଓ ସଂସ୍ଥା ମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦେବାଳିଆ େହବାର ଯଥେଷ୍ଟ ଆଶଙ୍କା ରହିଛି।

ଆୟୋଗଙ୍କ ନିକଟରେ ଗ୍ରିଡ୍‌କୋ ସମେତ ବିଭିନ୍ନ ସ˚ସ୍ଥା କରିଥିବା ଆବେଦନ ସୂଚାଇ ଦେଲାଣି ଯେ ଆସନ୍ତା ବର୍ଷ ବିଜୁଳି ଅତି ମହଙ୍ଗା ହେବାର ସମ୍ଭାବନା ଅଧିକ। ବୁଦ୍ଧିଜୀବୀ ମହଲ କହିଛନ୍ତି, ରାଜ୍ୟ ସରକାରଙ୍କ ଅପରିଣାମଦର୍ଶୀ କାର୍ଯ୍ୟ ପରିଣାମରେ ରାଜ୍ୟରେ ବିଦ୍ୟୁତ କ୍ଷେତ୍ର ଭୟଙ୍କର ବିପର୍ଯ୍ୟୟ ଆ଼଼ଡ଼କୁ ମାଡ଼ି ଚାଲିଛି। ସ୍ଥିତି ଏତେ ସା˚ଘାତିକ ହେଲାଣି ଯେ ବିଦ୍ୟୁତ ଦର ଧୀରେ ଧୀରେ ମହଙ୍ଗା ହେବା ବାଟ ଖୋଲୁଛି। ଉପଭୋକ୍ତାମାନଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦେଇ ପାରୁନଥିବା କ˚ପାନି ବିଦ୍ୟୁତ ଦର ବୃଦ୍ଧି ନେଇ େଯଉଁ ଦାବି ରଖୁଛନ୍ତି, ତାହା କେତେ ଦୂର ଗ୍ରହଣୀୟ ସେ େନଇ ବିତର୍କ େହବା ଉଚିତ।

ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷରେ ବିଦ୍ୟୁତ ଦର ନିର୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଭିନ୍ନ କ˚ପାନି ଆୟୋଗଙ୍କ ନିକଟରେ ସେମାନଙ୍କ ଦରଖାସ୍ତ ଦାଖଲ କରିଛନ୍ତି। ଖୁବ୍‌ ଶୀଘ୍ର ଏହା ଉପରେ ଶୁଣାଣି ଆରମ୍ଭ ହେବ।

ଗ୍ରିଡ୍‌କୋ ତା’ ଆବେଦନରେ ଦର୍ଶାଇଛି ଯେ ଆସନ୍ତାବର୍ଷ ରାଜ୍ୟର ଜଳବିଦ୍ୟୁତ କ୍ଷେତ୍ରରୁ ମୋଟ୍‌ ୫ହଜାର ୮୩୩.୪୬ ନିୟୁତ ୟୁନିଟ୍‌ ବିଦ୍ୟୁତ ଉପଲବ୍ଧ ହେବ। ସେହିଭଳି ଘରୋଇ ବିଦ୍ୟୁତ କ˚ପାନି ସେସା ଷ୍ଟେରଲାଇଟ୍‌, ଜିଏମ୍‌ଆର‌୍‌ ଓ ଜିନ୍ଦଲ, ତାପଜ ଆଦି କ୍ଷେତ୍ରକୁ ମିଶାଇଲେ ରାଜ୍ୟ ସୂତ୍ରରୁ ୨୦୧୯-୨୦ ବର୍ଷରେ ମୋଟ ୨୨ ହଜାର ୮୨୦.୨୭ ନିୟୁତ ୟୁନିଟ୍‌ ବିଦ୍ୟୁତ କିଣାଯିବ। ସେହିଭଳି କେନ୍ଦ୍ରୀୟ ତାପଜ ବିଦ୍ୟୁତ କ୍ଷେତ୍ରରୁ ୫୨୩୩.୮୯ ନିୟୁତ ୟୁନିଟ୍‌ ଓ କେନ୍ଦ୍ରୀୟ ଜଳବିଦ୍ୟୁତ କ୍ଷେତ୍ରରୁ ୮୪୩ ନିୟୁତ୍‌ ୟୁନିଟ୍‌ ଅଣାଯିବା ଲାଗି ହିସାବ କରାଯାଇଛି। ଏସବୁକୁ ମିଶାଇଲେ ମୋଟ ୨୮ ହଜାର ୮୯୭.୧୬ ନିୟୁତ ୟୁନିଟ୍‌ ବିଦ୍ୟୁତ ଉପଲବ୍ଧ ହେଉଛି।

ବିଭିନ୍ନ ବଣ୍ଟନ କ˚ପାନିଙ୍କ ଆବଶ୍ୟକତାକୁ ବିଚାରକୁ ନେଇ ଗ୍ରିଡ୍‌କୋ ହିସାବ କରିଛି ଯେ ୨୦୧୯-୨୦ ବର୍ଷରେ ୨୭ ହଜାର ୯୫୮ ନିୟୁତ ୟୁନିଟ୍‌ ବିଦ୍ୟୁତ ଆବଶ୍ୟକ। ସେସୁ ସର୍ବାଧିକ ୯୮୫୩ (ଗତ ବର୍ଷ ତୁଳନାରେ ୮.୬୩% ଅଧିକ) ନିୟୁତ ୟୁନିଟ୍‌ ଚାହିଦା ଥିବା କହିଛି। େଵସ୍କୋ ୭୭୦୦ (ଗତ ବର୍ଷ ତୁଳନାରେ ୮.୧୫% ଅଧିକ) ନିୟୁତ ୟୁନିଟ୍‌, ନେସ୍କୋ ୬୩୫୦ (ଗତ ବର୍ଷ ତୁଳନାରେ ୩.୪୨% ଅଧିକ) ନିୟୁତ ୟୁନିଟ୍‌ ଓ ସାଉଥ୍‌କୋ ୪୦୫୦ (ଗତ ବର୍ଷ ତୁଳନାରେ ୧୦.୬୬% ଅଧିକ) ନିୟୁତ ୟୁନିଟ୍‌ ମାଗିଛି। ଅର୍ଥାତ୍ ଏବର୍ଷ ୯୩୬ ନିୟୁତ ୟୁନିଟ୍ ବିଦ୍ୟୁତ ବଳକା େହବ।

ଗ୍ରିଡ୍‌କୋ ସବୁଥର ଭଳି ଏଥର ବି ଆୟୋଗଙ୍କ ନିକଟରେ ନିଜର ଦେବାଳିଆ ସ୍ଥିତି ବଖାଣିଛି। କହିଛି, ଆୟୋଗ ତାଙ୍କ ରାୟରେ ବଣ୍ଟନ କ˚ପାନିମାନଙ୍କୁ ଦେୟ ଠିକଣା ସମୟରେ ଦେବା କଥା କହିଥିଲେ। ହେଲେ ସେମାନେ ଦେଉନାହାନ୍ତି। ସିକ୍ୟୁରିଟି ଜମା ବାବଦରେ ୨୧୩୫ କୋଟି ଟଙ୍କା ବକେୟା ପଡିଛି। ବିଦ୍ୟୁତ ଦେୟ ବାବଦରେ ପୂର୍ବ ବକେୟାକୁ ମିଶାଇଲେ ୪୯୮୪ କୋଟି ୯୨ଲକ୍ଷ ଟଙ୍କା ବଣ୍ଟନ କ˚ପାନିମାନେ ଦେଇନାହାନ୍ତି। ଋଣ ପରିମାଣ ପ୍ରାୟ ୧୧ ହଜାର କୋଟି ଛୁଇଁଲାଣି।

ଗ୍ରିଡ୍‌କୋ ଆର୍ଥିକ କ୍ଷତିର ଆକାର ଦେଖି ଖୋଲା ବଜାରରେ ଆଉ କେହି ଏହି ସ˚ସ୍ଥାକୁ ଋଣ ଦେବାକୁ ରାଜି ହେଉନାହାନ୍ତି। ଏଣୁ ରାଜ୍ୟ ସରକାର ଋଣ ବାବଦରେ ଗ୍ୟାରେଣ୍ଟି ପଡିବାକୁ ବାଧ୍ୟ ହେଉଛନ୍ତି।

ଚଳିତବର୍ଷ କୌଣସି ବର୍ଗର ଉପଭୋକ୍ତାଙ୍କ ଲାଗି ବିଦ୍ୟୁତ ଶୁଳ୍‌କ ବା ଦେୟ ବୃଦ୍ଧି କରାଯାଇନଥିଲା। ତେବେ ଆେୟାଗ ବଣ୍ଟନ ଜନିତ କ୍ଷତି ୨୧.୩୨% ଓ ବୈଷୟିକ ଓ ବାଣିଜ୍ୟିକ କ୍ଷତି ୨୨.୧୧ % ଧାର୍ଯ୍ୟ କରିଥିେଲ। ହେଲେ ଏହି କ୍ଷତି ଲକ୍ଷ୍ୟ ହାସଲ ଦିଗରେ କେହି ବି ସକ୍ଷମ ହୋଇନାହାନ୍ତି। ଏଣୁ ଏସବୁର ଭାର ସିଧାସଳଖ ଉପଭୋକ୍ତାଙ୍କ ମୁଣ୍ତକୁ ଯିବା ଛଡ଼ା ଅନ୍ୟଗତି ନାହିଁ।

ସମ୍ବନ୍ଧିତ ଖବର