ରାଜ୍ୟ ସୂଚନା କମିସନର ଭାବେ ଶପଥ ଗ୍ରହଣ କଲେ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର: ପୂର୍ବତନ ବିଚାରପତି ବାଳକୃଷ୍ଣ ମହାପାତ୍ର ଶୁକ୍ରବାର ରାଜଧାନୀ ଭୁବନେଶ୍ୱରସ୍ଥିତ ରାଜ୍‌ ଭବନଠାରେ ରାଜ୍ୟ ସୂଚନା କମିସନର(ଏସ୍‌ଆଇସି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଗଣେଣୀ ଲାଲ୍‌ ତାଙ୍କୁ ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଏହି ଶପଥ ପାଠ ହୋଇଥିବା ସୂଚନା ରହିଛି।

ଗତ ଜୁଲାଇ ୭ ତାରିଖରେ ବାଳକୃଷ୍ଣ ମହାପାତ୍ର ରାଜ୍ୟ ସୂଚନା କମିସନର ଭାବେ ନିଯୁକ୍ତି ପାଇବେ ବୋଲି ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ବାଳକୃଷ୍ଣ ମହାପାତ୍ର ପୂର୍ବରୁ ଗଞ୍ଜାମ ଜିଲ୍ଲରେ ଜିଲ୍ଳା ଦୌରାଜଜ୍‌ ଭାବେ କାର୍ଯ୍ୟ କରି ସାରିଛନ୍ତି। ଏହା ବ୍ୟତୀତ ସେ ରାଜ୍ୟ ଲିଗାଲ୍‌ ସର୍ଭିସ ଅଥରିଟିର ସଦସ୍ୟ ସଚିବ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

ଏହି ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବ୍ୟତୀତ ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ସୂଚନା କମିସନର ସୁନିଲ କୁମାର ମିଶ୍ର, ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ମିନତୀ ବେହେରା, ରାଜ୍ୟ ସୂଚନା କମିସନର ଶଶିପ୍ରଭା ବିନ୍ଧାଣୀ, ପୂର୍ବତନ ରାଜ୍ୟ ସୂଚନା କମିସନର ଜଗଦାନନ୍ଦ, ସୂଚନା ଓ ଲୋକ ସଂପର୍କର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିଂମାଶୁ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ସଚିବାଳୟ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର