ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ପାଣିକୋଇଲି  : ପାଣିକୋଇଲି ଥାନା ଅନ୍ତର୍ଗତ ଷଠିପୁର ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ଆଜି ସନ୍ଧ୍ୟାରେ ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ମୃତବ୍ୟକ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଜଗନ୍ନାଥ ପ୍ରସାଦ ଗ୍ରାମର ଗୁନେଇ ଦାସଙ୍କ ପୁଅ ଗୁରିଆ।

ଗୁରିଆ ଓ ତାଙ୍କ ପତ୍ନୀ ଟିକିନା ରାସ୍ତା କଡ଼ରେ ଯାଉଥିବା ବେଳେ ଷଠିପୁରରୁ ଯାଜପୁର ଯାଉଥିବା ଏକ ୪୦୭ ଟ୍ରକ୍‌(ଓଆର-୦୪ଏଫ-୦୭୭୪) ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଏହି ଦମ୍ପତି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୁରିଆଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପତ୍ନୀଙ୍କ ଚିକିତ୍ସା ଚାଲିଛି। ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି।

ସମ୍ବନ୍ଧିତ ଖବର