ଭଦ୍ରକରେ ଉପଲବ୍ଧ ହେଲା ଇଣ୍ଟରନେଟ୍‌ ସେବା

ଭଦ୍ରକ: ସୋମବାର ଭଦ୍ରକରେ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଛି। ରାମନବମୀ ପାଇଁ ଭଦ୍ରକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଥିଲା। ଭୁବନେଶ୍ୱରସ୍ଥିତ ସାଇବର ସେଲରୁ ଆଇଆଇସି ବି.ଆର୍‌. ସୁନ୍ଦର ରାଜ ଓ ଦୀପ୍ତି ରଂଜନ ମହାନ୍ତି ଭଦ୍ରକ ପହଞ୍ଚି ଇଣ୍ଟରନେଟ୍‌ ସେବା ଉପରେ ଅନୁଧ୍ୟାନ କରି ଶନିବାର ଏହି ଅତ୍ୟାଧୁନିକ ସେବାକୁ ବନ୍ଦ କରି ଦେଇଥିଲେ। ଏହି ସେବାକୁ ବନ୍ଦ କରିବା ପୂର୍ବରୁ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଭଦ୍ରକରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍‌ ସେବା ଉପରେ ରୋକ୍‌ ଲଗାଇ ଦିଆଯାଇଥିଲା । ଗତ ରବିବାର ରାମନବମୀ କିପରି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେନେଇ ସହରରେ ୫୦ ପ୍ଲାଟୁନ ପୁଲିସ ଓ ୧୦୦ ପୁଲିସ ଅଧିକାରୀ ମୁତୟନ କରାଯାଇଥିଲା। ଭଦ୍ରକରେ ୧୯୯୧ରୁ ଆରମ୍ଭ ହୋଇଥିବା ରାମନବମୀ ମହୋତ୍ସବରେ ଗତ ଶୁକ୍ରବାର କଳସ ଯାତ୍ରାରେ ୫୦୦୮ ଜଣ ମହିଳା ସାମିଲ ଥିଲେ। ଏହି ଯାତ୍ରାରେ ୧୦,୦୦୦ରୁ ଅଧିକ ରାମଭକ୍ତ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର