ଯାତ୍ରା ଦଳ ବଇନା ଫେରାନ୍ତୁ: ଯାତ୍ରା ସୁରକ୍ଷା ମଞ୍ଚ

ଭୁବନେଶ୍ବର : ମହାମାରୀ କରୋନା ଯୋଗୁଁ ଲୋକଙ୍କ ସମାଗମକୁ ବାରଣ କରାଯାଇଛି। ଫଳରେ ଯାତ୍ରା ପରିବେଷଣ କେବେ ହେବ ସେନେଇ ଅନିଶ୍ଚିତତା ଦେଖାଦେଇଛି। ଏହା କେବଳ ଯାତ୍ରା ଦଳକୁ ସମସ୍ୟାରେ ପକାଇନାହିଁ ବରଂ ଯାତ୍ରା ଆୟୋଜନ କରୁଥିବା କମିଟିମାନଙ୍କୁ ବି ଅଡ଼ୁଆରେ ପକାଇଛି। ଯାତ୍ରା ପରିବେଷଣ ପାଇଁ କମିଟିଗୁଡିକୁ ସାଧାରଣତଃ ବର୍ଷେ ଆଗରୁ ବଇନା ଦେଇ ବୁକିଂ କରିବାକୁ ପଡ଼ିଥାଏ। ଚଳିତ ବର୍ଷ ଆରମ୍ଭରେ ମଧ୍ୟ ଏଥିପାଇଁ ଅନେକ କମିଟି ବଇନା ଦେଇଥିଲେ। ଏମିତିକି ଅନେକ କମିଟି ଦେଇଥିବା ବଇନା ଓ ସମୟ ମୁତାବକ ଯାତ୍ରା ପରିବେଷଣ ମଧ୍ୟ ହୋଇପାରି ନାହିଁ। ତେଣୁ ଯାତ୍ରା ଦଳ ନେଇଥିବା ବଇନା ତୁରନ୍ତ ଫେରାଇବାକୁ ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚ ଦାବି କରିଛି।

ଏ ନେଇ ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚର ଏକ ବୈଠକ ମଞ୍ଚର ଅଧ୍ୟକ୍ଷ ରଘୁନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ରାଜ୍ୟର ଯାତ୍ରା କମିଟି ନିଜର ବଇନା ଫେରାଇ ଆଣିବାକୁ ଚାହୁଛନ୍ତି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଏଥିସହ ବର୍ତମାନ ସମୟରେ ସମସ୍ତେ କିଭଳି ଏହି ମହାମାରୀରୁ ବର୍ତିବେ ଏବଂ ଉପକୃତ ହେବେ ସେନେଇ ଆଗାମୀ ଦିନରେ ଏକ ବୈଠକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଯାତ୍ରା କମିଟି ମଞ୍ଚର ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟଙ୍କୁ ତାଙ୍କ ମୋବାଇଲ୍‌ ନମ୍ବର ୯୯୩୭୧୪୧୪୪୭ରେ ଯୋଗାଯୋଗ କରିବାକୁ ମଞ୍ଚ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର