ମାଲକାନଗିରି : ସର୍ଭିସ୍‌ ରିଭଲଭର୍‌ରୁ ନିଜକୁ ଗୁଳିକଲେ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାସ୍ଥିତ ବାଟାଲିୟନ-୯ର ବିଏସ୍‌ଏଫ କ୍ୟାମ୍ପରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଜଣେ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କେଉଁ କାରଣରୁ ଯବାନ ଏଭଳି ଚରମ ପଦକ୍ଷେପ ନେଲେ ସ୍ପଷ୍ଟ ହୋଇପାରିନାହିଁ। ନିଜ ସର୍ଭିସ ରିଭଲଭରରୁ ଗୁଳି କରି ଯବାନ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି।

ମୃତକ ରାଜସ୍ଥାନର ମୂଳ ବାସିନ୍ଦା ଶେଷ କର୍ଣ୍ଣ ବୋଲି ଜଣାପଡ଼ିଛି। ପୁଲିସ ଆଜି ସକାଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କାଗଜପତ୍ର କାମ ସରିବା ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ବିଏସ୍‌ଏଫ ପକ୍ଷରୁ ମଧ୍ୟ କେଉଁ ପରିସ୍ଥିତିରେ ଶେଷ କର୍ଣ୍ଣ ଏଭଳି କଲେ ତାହାର ଯାଞ୍ଚ ଚାଲିଛି।

ସମ୍ବନ୍ଧିତ ଖବର