ସେନା ପ୍ରତିରକ୍ଷା କଲେଜରେ ଯବାନଙ୍କ ଆତ୍ମହତ୍ୟା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ସେନା ପ୍ରତିରକ୍ଷା କଲେଜ ପରିସରରେ ଜଣେ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯବାନ ଜଣକ ହେଉଛନ୍ତି ଏନ୍‌. କ୍ରିଷ୍ଣା(୨୮) ଓ ତାଙ୍କ ଘର ତାମିଲନାଡ଼ୁ ଥେରି ଜିଲ୍ଲାର ରଘୁନାଥପୁରମ୍‌ । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ କେସ୍ ନମ୍ବର ୨୬/୧୯ରେ ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ନେଇ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

କ୍ରିଷ୍ଣା ଗତ ପ୍ରାୟ ୧୦ବର୍ଷ ତଳେ ସେନାରେ ଯବାନ ଭାବେ ନିଯୁକ୍ତି ପାଇଥିଲେ। ଗତ ୧ମାସ ହେଲା ତାଙ୍କୁ ଗୋଳାବନ୍ଧକୁ ବଦଳି ହୋଇଥିବା ବେଳେ ସେ ବାରାକ୍‌ରେ ରହୁଥିଲେ। ଆଜି ସକାଳେ ବାରାକ୍‌ର ଚତୁର୍ଥ ମହଲାରୁ ତାଙ୍କର ଝୁଲନ୍ତା ଶବ ଜବତ ହୋଇଥିଲା। ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ କିଛିଦିନ ହେଲା ତାଙ୍କର ମାନସିକ ସ୍ଥିତି ଠିକ୍‌ ନଥିବା ବେଳେ ସେ ଗୋଳାବନ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବୋଲି ପୁଲିସ କହିଛି। ଗତ ପ୍ରାୟ ୫ମାସ ତଳେ କ୍ରିଷ୍ଣାଙ୍କ ବିବାହ ହୋଇଥିଲା। ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି।

ସମ୍ବନ୍ଧିତ ଖବର