+୨ ପରୀକ୍ଷାରେ କେଏମ୍‌ବିବିର ସଫଳତା

ସମସ୍ତ ଛାତ୍ରଛାତ୍ରୀ ପାସ୍, ୯୦% ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ, ପ୍ରୀତି ପଲ୍ଲବିତା କଲେଜ ଟପର

ଭୁବନେଶ୍ବର : ବୁଧବାର ଦିନ +୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ପ୍ରତିବର୍ଷ ପରି ଏଥର ମଧ୍ୟ କଟକ ତ୍ରିଶୁଳିଆର ନରଣପୁରସ୍ଥିତ କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରି ସ୍କୁଲ(ଜୁନିଅର ସାଇନ୍ସ କଲେଜ)ର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ପରୀକ୍ଷା ଦେଇଥିବା କଲେଜର ସମସ୍ତ ୧୫୧ ଜଣ ଛାତ୍ରଛାତ୍ରୀ ସଫଳତାର ଉତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ୪ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି କଲେଜକୁ ଗୌରବାନ୍ବିତ କରିଛନ୍ତି।

ଛାତ୍ରୀ ପ୍ରୀତି ପଲ୍ଲବିତା ମହାନ୍ତି ୫୫୪ ନମ୍ବର ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ନାଏକ ୫୪୫ ନମ୍ବର ରଖିଥିବା ବେଳେ ଅର୍ପିତା ପ୍ରିୟଦର୍ଶିନୀ ୫୪୨ ଓ ସୁଭାଶିଷ ସ୍ବାଇଁ ୫୪୨ ନମ୍ବର ରଖିଛନ୍ତି। ୨୩ଜଣ ଛାତ୍ରଛାତ୍ରୀ ୮୦ରୁ ୯୦ ପ୍ରତିଶତ, ୧୯ଜଣ ୮୦ରୁ ୮୫ ପ୍ରତିଶତ, ୪୮ଜଣ ୭୦ରୁ୮୦ ପ୍ରତିଶତ, ୪୧ଜଣ ୬୦ରୁ ୭୦ ପ୍ରତିଶତ ଓ ୧୬ଜଣ ୫୦ରୁ ୬୦ ପ୍ରତିଶତ ମାର୍କ ରଖି ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ କର୍ତୃପକ୍ଷ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର