କୁନ୍ଦୁଲି ମାମଲାରେ କ୍ଲିନ୍‌ଚିଟ୍, ଯୌନ ନିର୍ଯାତନା ହୋଇନାହିଁ: କମିସନ୍

ବିଧାନସଭାରେ କମିସନ ରିପୋର୍ଟ, ତଥାପି ରହସ୍ୟରେ ରହିଗଲା, କାହିଁକି ଆସିଲା ମିଛ ଅଭିଯୋଗ, ସନ୍ଦେହରେ ପରିବାର ଲେ‌ାକେ

ଭୁବନେଶ୍ବର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମିଛ। ବିଧାନସଭାରେ କୁନ୍ଦୁଲି ଗଣଦୁଷ୍କର୍ମ ତଦନ୍ତ ରିପୋର୍ଟ ଉପସ୍ଥାପନ ହେବା ପରେ ଏଭଳି ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି । ଦୁଇ ବର୍ଷ ଧରି ଯେଉଁ ଘଟଣାକୁ ନେଇ ରାଜ୍ୟ ସରକାର ଅଡୁଆ ସୂତା ଖିଅରେ ଛନ୍ଦି ହୋଇପଡ଼ିଥିଲେ ତାହା ମିଛ ବୋଲି ତଦନ୍ତ କରୁଥିବା କମିସନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଦର୍ଶାଇଛନ୍ତି, କୁନ୍ଦୁଲି ଘଟଣା ଘଟିନାହିଁ କି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯାଇନାହିଁ। ତେଣୁ କୁନ୍ଦୁଲି ଝିଅର ଅଭିଯୋଗ ଆଧାରରେ କାହାକୁ ଦାୟୀ କରାଯାଇପାରିବ ନାହିଁ। ଏହାସହ ରାଜ୍ୟ ସରକାର ଓ ପୁଲିସ ବିଭାଗକୁ କ୍ଲିନଚିଟ୍ ଦିଆଯାଇଛି।

କୁନ୍ଦୁଲି ପୀଡ଼ିତାଙ୍କ ପରିବାର ଉପରକୁ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି କମିସନ। ପୀଡ଼ିତାଙ୍କ ପରିବାର ଲୋକ ତଦନ୍ତରେ ସହଯୋଗ କରିନଥିବା ଦର୍ଶାଇଛନ୍ତି। କେବଳ ପୀଡ଼ିତାଙ୍କ ପରିବାର ଲୋକ ବାରମ୍ବାର ଅଭିଯୋଗ ଆଣୁଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ଘଟଣାକୁ ଗଣମାଧ୍ୟମ, ନେତା ଓ ରାଜନୈତିକ ଦଳ ଅତିରଞ୍ଜିତ କରିଥିବା କୁହାଯାଇଛି। କମିସନ ଦର୍ଶାଇଛନ୍ତି, ରହସ୍ୟରେ ରହିଗଲା କୁନ୍ଦୁଲି ଗଣଦୁଷ୍କର୍ମ ମାମଲା। କେଉଁ କାରଣରୁ କୁନ୍ଦୁଲି ପୀଡ଼ିତା ମିଛ ଅଭିଯୋଗ ଆଣିଥିଲେ ତାହା ଏବେ ମଧ୍ୟ ରହସ୍ୟ ହୋଇ ରହିଛି।

ରିେପାର୍ଟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ତଦନ୍ତ କମିସନ ନିଜେ ବିସ୍ମୟ ପ୍ରକାଶ କରିଛନ୍ତି େଯ ଯଦି କୌଣସି ଘଟଣା ଘଟିନାହିଁ, ତେବେ କାହିଁକି ଜଣେ ନାବାଳିକା ନିଜେ ଗଣଦୁଷ୍କର୍ମର ଶିକାର େହାଇଥିବା େନଇ ସାଂଘାତିକ ଅଭିେଯାଗ ଆଣିଲା? ଯେଉଁ କାରଣ ପାଇଁ ସଂପୃକ୍ତ ନାବାଳିକାକୁ ଆତ୍ମହତ୍ୟା କରିବାକୁ ପଡ଼ିଲା?

କମିସନ କହିଛନ୍ତି, ଏହି ପ୍ରଶ୍ନର ଉତ୍ତର ପାଇବା ଏତେ ସହଜ ନୁହେଁ। ବିଭିନ୍ନ େଲାକଙ୍କ ମୁଣ୍ଡରେ ଭିନ୍ନ ଭିନ୍ନ କଥା ଚାଲିଥାଏ। ସବୁଠାରୁ ଭଲ େହାଇଥାନ୍ତା, ଯଦି ପୀଡ଼ିତା ବଞ୍ଚିଥାନ୍ତା, ସେ କହିପାରିଥାନ୍ତା, କେଉଁ କାରଣ ପାଇଁ େସ ଏଭଳି ମିଥ୍ୟା ଗଣଦୁଷ୍କର୍ମ ଅଭିେଯାଗ ଆଣିଲା। ଏହା କମିସନ ତଦନ୍ତ ବେଳେ ଜାଣିପାରିନାହାନ୍ତି। ଅଧିକ ତଦନ୍ତ ନ ହେଲେ ଏହା ଉପରୁ ରହସ୍ୟ ଉଠିବ ନାହିଁ।

କମିସନଙ୍କ ଏହି ରିେପାର୍ଟ ପରେ ମାମଲାଟି ଏବେ ସଙ୍ଗିନ୍ େମାଡ଼ ନେଇଛି। ଅନ୍ୟପଟରେ କମିସନଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ୨ଟି ପଦକ୍ଷେପ ନେଇଛନ୍ତି। ପ୍ରଥମତଃ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ଅନୁେରାଧ କରାଯାଇଛି େଯ ସେମାନେ ସବୁ ତଦନ୍ତକାରୀ ସଂସ୍ଥାକୁ ଏକ କଡ଼ା ନିେର୍ଦଶନାମା ଦେବେ, େଯମିତି ସେମାନେ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ପରିଚୟ କେଉଁଠାରେ ବି ପ୍ରକାଶ କରିବେ ନାହିଁ। ଦ୍ବିତୀୟତଃ ଜିଲ୍ଲା ଓ କୌଣସି କର୍ତୃପକ୍ଷ ତଦନ୍ତ େଶଷ ନ େହବା ଯାଏ ଅଗ୍ରଗତି ସଂପର୍କରେ ଗଣମାଧ୍ୟମକୁ ରିେପାର୍ଟ ଦେଇପାରିବେ ନାହିଁ। ବିେଶଷକରି ଦୁଷ୍କର୍ମ ମାମଲାରେ। ତେବେ କୁନ୍ଦୁଲି ଛକରୁ ସଂପୃକ୍ତ ପୀ଼ଡିତାଙ୍କ ପ୍ରତିମୂର୍ତି ହଟାଯିବା େନଇ େହାଇଥିବା ସୁପାରିସକୁ ସରକାର ଗ୍ରହଣ କରିନାହାନ୍ତି।

ବହୁତର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆଜି ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଏହାକୁ ଉପସ୍ଥାପିତ କରିଥିଲେ। ପୀଡ଼ିତାଙ୍କ ପରିବାର ଲୋକେ ତଦନ୍ତରେ ସହଯୋଗ କରିନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏମିତିକି ଚିକିତ୍ସା ସରିବା ପୂର୍ବରୁ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିବାକୁ ପଡ଼ିଥିଲା। ପରିବାର ଓ ରାଜନୀତିକ ବ୍ୟକ୍ତିଙ୍କ ଧାରଣା ଯୋଗୁ ଏଭଳି ତରବରିଆ ଭାବେ ଡିସ୍‌ଚାର୍ଜ କରାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ରାଜନୈତିକ ନେତାଙ୍କ ଭୂମିକା ନେଇ ମଧ୍ୟ ରିେପାର୍ଟରେ ଭିନ୍ନ ସଙ୍କେତ ଦିଆଯାଇଛି। େକାରାପୁଟରେ ଏଭଳି ଏକାଧିକ ଘଟଣା ପ୍ରତିବର୍ଷ ଘଟିଛି। ନାବାଳିକାଙ୍କ େକ୍ଷତ୍ରରେ ବି। ହେଲେ ତଦନ୍ତ ବେଳେ ରାଜନୈତିକ ନେତା ଏତେ ଉଦବେଗ ପ୍ରକାଶ କରିନାହାନ୍ତି, େଯମିତି ଏହି ଘଟଣାରେ ଦେଖାଇଥିଲେ। ସମ୍ବିଧାନର ସୁରକ୍ଷା ପାଇଁ ସେମାନଙ୍କର ଉତ୍ତରଦାୟିତ୍ବ ରହିଥିବା କମିସନ ସୂଚାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ନବମ ଶ୍ରେଣୀରେ ପଢୁଥିବା ପୀଡ଼ିତା ସ୍କୁଲରୁ ଘରକୁ ଫେରୁଥିଲା ବେଳେ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ଦୁଷ୍କର୍ମ କରି ପଳାଇ ଯାଇଥିବା ଅଭିେଯାଗ ଉଠିଥିଲା। ପ୍ରଥମେ ପଟାଙ୍ଗି ଓ ପରେ କୋରାପୁଟ ଜିଲ୍ଲା ମେଡ଼ିକାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ବିଭିନ୍ନ ରାଜନୈତିକ ଦଳ ବିକ୍ଷୋଭ କରିଥିଲେ। ପରେ ରାଜ୍ୟ ସରକାର ୨୦୧୭ ଡିସେମ୍ବର ୨୬ ତାରିଖରେ େକାରାପୁଟ ଜିଲ୍ଲା ଜଜ୍‌ଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ ସେପଟେମ୍ବର ୨୦ ତାରିଖରେ ଏହି ରିେପାର୍ଟ ରାଜ୍ୟ ସରକାରଙ୍କର ହସ୍ତଗତ େହାଇଥିଲା।

ସମ୍ବନ୍ଧିତ ଖବର