ପୁରୀରେ ଜମି ଅଧିଗ୍ରହଣ ନେଇ ଜାରି ହେଲା ବିଜ୍ଞପ୍ତି

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀରେ ଜମି ଅଧିଗ୍ରହଣ ପାଇଁ ବୁଧବାର ବିଜ୍ଞପ୍ତି ଜାରି ହୋଇଛି। ସୂଚନା ଅନୁସାରେ ଶ୍ରୀମନ୍ଦିର ନିକଟ ୫ଟି ସାହିରୁ ୧୫ ଏକର ଜମି ଅଧିଗ୍ରହଣ ହେବ। ଏଥିରେ ସରକାରୀ ଓ ବେସରକାରୀ ଜମି ସାମିଲ ଅଛି। ସୂଚନା ଅନୁସାରେ ସର୍ବାଧିକ ଚୁଡଙ୍ଗସାହି ମୌଜାରୁ ତିନି ଏକର ଜମି ଯିବ।

ସୂଚନାଯୋଗ୍ୟ ପୁରୀ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରଶାସନ କାମ କରୁଛନ୍ତି। ଏଥିପାଇଁ ମେଘନାଦ ପାଚେରିକୁ ଲାଗିଥିବା ୭୫ ମିଟର ଜମି ଅଧିଗ୍ରହଣ କରାଯାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ପ୍ରଶାସନିକ ମାପଚୁପ ଆଧାରରେ ପୁନର୍ବାସ ଓ ଥଇଥାନ ଧାରା-୪ ଅନୁସାରେ ୫ଟି ସାହିର ଜମି ଅଧିଗ୍ରହଣ କରାଯିବ। ଆଗାମୀ ଏକ ମାସ ମଧ୍ୟରେ ଜମି ଅଧିଗ୍ରହଣ ପାଇଁ ସର୍ବେକ୍ଷଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର