କନ୍ଧମାଳରେ ବିଶାଳ ମାଓ କ୍ୟାମ୍ପ୍‌ ଠାବ

ଫୁଲବାଣୀ : କନ୍ଧମାଳ ଓ ନୟାଗଡ଼ ସୀମାରେ ସକ୍ରିୟ ରହିଛନ୍ତି ମାଓବାଦୀ। ପୂର୍ବରୁ କରା ଯାଉଥିବା ଏହି ଆଶଙ୍କା ସତ ପ୍ରମାଣିତ ହୋଇଛି। ଆଜି କମ୍ବିଂ ଅପରେସନ୍‌ ସମୟରେ ବିଶାଳ ମାଓ କ୍ୟା‌ମ୍ପ୍‌ ଠାବ ହୋଇଛି। ଏସ୍‌ଓଜି ଓ ଡିଭିଏଫ୍‌ ବାହିନୀ ଜିଲ୍ଲା ସୀମାବର୍ତ୍ତୀ ଜଙ୍ଗଲରେ ଆଜି କମ୍ବିଂ ଅପରେସନ କଲାବେଳେ ଏହି ମାଓ କ୍ୟାମ୍ପ୍‌ ଠାବ କରିଥିଲେ। ‌କ୍ୟାମ୍ପ୍‌ରୁ ୱାକିଟକି, ଡିଜିଟାଲ କ୍ୟାମେରା ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ହେଲେ କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ନିତ୍ୟବ୍ୟବହାର୍ଯ୍ୟ ଜିନିଷ କ୍ୟାମ୍ପ୍‌ରେ ନଥିବା ଜଣାପଡ଼ିଛି। ତନାଘନା କରିଥିଲେ ବି କୌଣସି ମାଓବାଦୀଙ୍କ ଦେଖା ମିଳିନଥିଲା। ମାଓ କ୍ୟାମ୍ପ୍‌ ଠାବ ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋର୍‌ଦାର୍‌ କରାଯାଇଛି ବୋଲି କନ୍ଧମାଳ ଏସ୍‌.ପି ପ୍ରତୀକ ଗୀତା ସିଂ କହିଛନ୍ତି।

ସମ୍ବନ୍ଧିତ ଖବର